ନୂଆଦିଲ୍ଲୀ: ଚଳିତ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୪ ସିରିଷ୍ଟ ବିଶିଷ୍ଟ ଟେଷ୍ଟ ମ୍ୟାଚ୍ରେ ଭାରତର ଐତିହାସିକ ବିଜୟ ପାଇଁ ଅର୍ଥମନ୍ତ୍ରୀ ଇଣ୍ଡିଆ ଟିମ୍କୁ ପ୍ରଶଂସା କରିଛନ୍ତି।
ଆଜି ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ରେ ବଜେଟ୍ ଅଭିଭାଷଣ ଆରମ୍ଭ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ଚଳିତ ବର୍ଷ ପେପର ଲେସ ବଜେଟ ଉପସ୍ଥାପନ ହେଉଛି। ତେବେ ବଜେଟ୍ ଉପସ୍ଥାପନ ଅବ୍ୟବହିତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଅର୍ଥମନ୍ତ୍ରାଳୟର ଟିମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରି ସଂସଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେଠାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବଜେଟ୍କୁ ଅନୁମୋନଦ ମିଳିବା ପରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ।
The post ଇଣ୍ଡିଆ ଟିମ୍କୁ ପ୍ରଶଂସା କଲେ ନିର୍ମଳା appeared first on Odisha Reporter.
from Odisha Reporter https://ift.tt/3cxsQEP
No comments:
Post a Comment