ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ କ’ଣ କହିଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 13, 2021

ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ କ’ଣ କହିଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ପ୍ରତିନିଧି ସଭାରେ ପାରିତ ହୋଇଛି। ଏବେ ଆମେରିକା ସିନେଟ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କିନ୍ତୁ ଏହା ପୂର୍ବରୁ ଆମେରିକାବାସୀଙ୍କୁ ବଡ଼ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ। ସେ ଆମେରିକାବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେବା ସହ ହିଂସାକାଣ୍ଡ ନ ଘଟାଇବାକୁ କହିଛନ୍ତି।

ଗୋଟିଏ ଭିଡିଓ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଯାହା ସ୍ଥିତି ସୃଷ୍ଟି ହୋଇଛି, ସେଥିରୁ ଆମେରିକାବାସୀ ମୁକୁଳିବା ଦରକାର। ସମସ୍ତେ ଏହି ପରିସ୍ଥିତିରୁ ମୁକୁଳି ଏକାଠି ହୁଅନ୍ତୁ। ଆମ ପରିବାର ଓ ଦେଶର ମଙ୍ଗଳମୟ ଭବିଷ୍ୟତ ପାଇଁ ଆମକୁ ଏକାଠି ହୋଇ ଆଗକୁ ବଢ଼ିବାକୁ ପଡ଼ିବ।

ହିଂସାକାଣ୍ଡ ଘଟାଇବା କେବେ ହେଲେ ଯୁକ୍ତିସଂଗତ ନୁହେଁ। ଏଥିପାଇଁ କୌଣସି ଏକ୍ସକ୍ୟୁଜ ନଥାଏ। ଆଇନ ଦ୍ୱାରା ପରିଚାଳିତ ହେଉଥିବା ଗୋଟିଏ ଦେଶ ହେଉଛି ଆମେରିକା। ଗତ ସପ୍ତାହ ଆକ୍ରମଣରେ ସାମିଲ ଥିବା ଲୋକଙ୍କୁ ନିଶ୍ଚିତ ଭାବେ ନ୍ୟାୟିକ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ।

ମୋର କୌଣସି ପ୍ରକୃତ ସମର୍ଥକ କେବେ ହେଲେ ରାଜନୀତିକ ହିଂସାକୁ ସମର୍ଥନ କରନ୍ତି ନାହିଁ। ମୋର ପ୍ରକୃତ ସମର୍ଥକ କେବେ ହେଲେ ଆମର ଆଇନ ଓ ମହାନ ଆମେରିକାର ପତାକାକୁ ଅସମ୍ମାନ କରିପାରିବେ ନାହିଁ। ଯଦି ଆପଣମାନେ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି, ତା’ହେଲେ ଆପଣ ଆମ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି, ବରଂ ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ଟ୍ରମ୍ପ ନିମ୍ନ ସଦନରେ ଅଯୋଗ୍ୟ ଘୋଷିତ ହୋଇଥିଲେ ହେଁ ଏ ବିଷୟରେ ନିଜ ଭିଡିଓ ବାର୍ତ୍ତାରେ କିଛି ବି କହିନାହାନ୍ତି।

The post ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ କ’ଣ କହିଲେ ଟ୍ରମ୍ପ appeared first on Odisha Reporter.



from Odisha Reporter https://ift.tt/2Kc5pVQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages