ସାମନାକୁ ଚାଲି ଆସିଲା ହାଇୱା, ଓଲଟି ପଡ଼ିଲା ‘ରାମଜୀ’ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 13, 2021

ସାମନାକୁ ଚାଲି ଆସିଲା ହାଇୱା, ଓଲଟି ପଡ଼ିଲା ‘ରାମଜୀ’ ବସ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର- ଆଳତୁମା ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ  ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ସୂଚନା ଅନଯାୟୀ, ‘ରାମଜୀ’ ନାମକ ଯାତ୍ରୀବାହୀ ବସ୍‌ ଗତକାଲି ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ବସ୍‌ଟି ରାତି ପ୍ରାୟ ୩ଟା ପରେ  କାମାକ୍ଷାନଗର- ଆଳତୁମା ବ୍ରିଜ ନିକଟରେ ଯାଉଥିଲା। ଉକ୍ତ ସମୟରେ  ଏନଏଚ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ହାଇୱା ବସ୍‌ ସମ୍ମୁଖକୁ ଚାଲି ଆସିଥିଲା।  ଫଳରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା।

ଖବର ପାଇ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ବସ୍‌ର ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ । ଏହାପରେ ସେମାନଙ୍କୁ ଅନ୍ୟ ଏକ ବସ୍‌ରେ ବାଲେଶ୍ୱର ପଠାଇ ଦିଆଯାଇଛି।

The post ସାମନାକୁ ଚାଲି ଆସିଲା ହାଇୱା, ଓଲଟି ପଡ଼ିଲା ‘ରାମଜୀ’ ବସ୍‌ appeared first on Odisha Reporter.



from Odisha Reporter https://ift.tt/35ECNvZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages