ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଆସିଛି ଖୁସି ଖବର। ଶେଷରେ ଭାରତରେ ପ୍ରସ୍ତୁତ ଦୁଇଟି କରୋନା ଭ୍ୟାକସିନକୁ ଅନୁମତି ମିଳିଛି। କରୋନା ଭାଇରସ୍ ଭ୍ୟାକସିନକୁ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DGCI) ଆଜି ବଡ଼ ଘୋଷଣା କରି ସିରମ୍ ଇନଷ୍ଟିଚ୍ୟୁଟର ଭ୍ୟାକସିନ୍ କୋଭିସିଲ୍ଡ ଓ ଭାରତ ବାୟୋଟେକର ଭ୍ୟାକସିନ୍ କୋଭାକ୍ସିନକୁ ଆପାତ୍ତକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ଏବେ ଏହି ଦୁଇଟି ଯାକ ଭ୍ୟାକସିନ୍ ଭାରତୀୟ ଲୋକଙ୍କୁ ଦିଆଯାଇପାରିବ।
ରବିବାର ଏକ ପ୍ରେସ୍ କନଫରେନ୍ସ ଆୟୋଜିତ କରାଯାଇଥିଲା, ଯେଉଁଥିରେ DGCI ନିର୍ଦ୍ଦେଶକ ଭିଜି ସୋମାନୀ କହିଛନ୍ତି, ଉଭୟ ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଆପାତ୍ତକାଳୀନ ବ୍ୟବହାର କରାଯାଇପାରିବ। ଏହି ଦୁଇଟି ଯାକ ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରି। ଏହି ଦୁଇଟି ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ।
DGCI ମୁତାବକ, ସିରମ ଇନଷ୍ଟିଚ୍ୟୁଟର ଭ୍ୟାକସିନର ଓଭରଅଲ୍ କ୍ଷମତା ୭୦.୪୨ ପ୍ରତିଶତ ଥିଲା। ସିରମ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ ଏବେ ସାରା ଦେଶରେ ଜାରି ରହିବ। ଏହା ପୂର୍ବରୁ SEC ଜାନୁଆରୀ ୧ ତାରିଖରେ କୋଭିସିଲ୍ଡ ଏବଂ ୨ ତାରିଖରେ କୋଭାକ୍ସିନର ଆପାତ୍ତକାଳୀନ ବ୍ୟବହାର ପାଇଁ DGCIକୁ ସୁପାରିସ୍ କରିଥିଲା। ତେବେ ଆଜି DGCI ଏହାର ଉପରେ ମୋହର ଲଗାଇଛନ୍ତି।
ସୂଚନାଯୋଗ୍ୟ, ଯେତେବେଳେ DGCI କୌଣସି ମେଡିସିନ୍, ଡ୍ରଗ୍, ଭ୍ୟାକସିନକୁ ଅନ୍ତିମ ଅନୁମତି ଦିଅନ୍ତି, ଏହାର ଅର୍ଥ ଏସବୁ ମେଡିସିନ୍, ଭ୍ୟାକସିନକୁ ସାର୍ବଜନୀନ ବ୍ୟବହାର କରାଯାଇପାରିବ। ତେବେ ଅନୁମୋଦନ ଦେବା ପୂର୍ବରୁ DGCI ଭ୍ୟାକସିନ୍ ଉପରେ ହୋଇଥିବା ପରୀକ୍ଷଣକୁ ଭଲଭାବେ ତର୍ଜମା କରିଥାଏ। ଅନ୍ୟପକ୍ଷରେ ଜାନୁଆରୀ ୨ ତାରିଖରୁ କରୋନା ଭ୍ୟାକସିନର ଡ୍ରାଏ ରନ୍ ଆରମ୍ଭ ହୋଇଛି। ଡ୍ରାଏ ରନର ରେଜଲ୍ଟ ମଧ୍ୟ ସକାରାତ୍ମକ ରହିଛି।
ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିଶିଲ୍ଡ ଟିକା ପ୍ରସ୍ତୁତ ହୋଇଛି। ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହା ମାତ୍ ଦେଇପାରିବ ବୋଲି କମ୍ପାନୀ ଦାବି କରିଛି। ଡ୍ରଗ୍ସ କଣ୍ଟ୍ରୋଲର ଅନୁମତି ଦେଲେ ମୋଟ୍ ଦୁଇଟି ଟିକା ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ପାଇବ।
The post ଖୁସି ଖବର, କୋଭିଶିଲ୍ଡ ଓ କୋଭାକ୍ସିନକୁ ମିଳିଲା ଅନୁମୋଦନ appeared first on Odisha Reporter.
from Odisha Reporter https://ift.tt/3883DOy
No comments:
Post a Comment