ଯୁବକଙ୍କୁ ମାରିଦେଲେ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 2, 2021

ଯୁବକଙ୍କୁ ମାରିଦେଲେ ନାବାଳକ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଜଣେ ନାବାଳକ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ। ମୃତ ଯୁବକଙ୍କ ନାଁ ରବୀନ୍ଦ୍ର ଖୁଣ୍ଟିଆ।

ତାସ ଖେଳୁଥିବା ବେଳେ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ପରେ ଏହା ମାରପିଟ ପର୍ଯ୍ୟନ୍ତ ଯାଇଥିଲା। ତେବେ ସେହି ସମୟରେ ନାବାଳକ ଜଣଙ୍କ ପାଖରେ ଥିବା ଏକ ଶିଳପୁଆକୁ ରବୀନ୍ଦ୍ରଙ୍କ ଉପରକୁ ଫୋପାଡ଼ି ଦେଇଥିଲା। ଶିଳପୁଆ ମାଡ଼ରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ନାବାଳକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ। ତିହିଡ଼ି ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ମୃତ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ପରିବାର ମଧ୍ୟରେ ବିବାଦ ଥିଲା। ପୂର୍ବରୁ ଅନେକ ଥର ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ପୂର୍ବ ଶତ୍ରୁତାର ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

The post ଯୁବକଙ୍କୁ ମାରିଦେଲେ ନାବାଳକ appeared first on Odisha Reporter.



from Odisha Reporter https://ift.tt/3n97MpN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages