ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝରାଫୁଲ ମୃତ୍ୟୁ ଘଟଣାରେ ଆଜି ଆଉ ଏକ ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି। ଏହା ହେଉଛି ଭୁବନେଶ୍ୱରର ଏକ ହୋଟେଲର, ଯେଉଁଠାରେ ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ୱାଇଁ ବିରିୟାନି ଖାଇଥିଲେ। ସେତେବେଳେ ଝରାଫୁଲ ବି ତାଙ୍କ ସାଙ୍ଗରେ ଉପସ୍ଥିତ ଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ହୋଟେଲ୍ ମାଲିକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ରାକେଶ ସ୍ୱାଇଁ ଆଗରୁ ମୋ ହୋଟେଲ୍କୁ ଆସିଛନ୍ତି। ସେଦିନ ରାକେଶଙ୍କ ସହିତ ଜଣେ ଝିଅ ଥିଲେ। ପ୍ରଥମେ ରାକେଶ ଗୋଟିଏ ବିରିୟାନି ଖାଇବେ ବୋଲି କହିଥିଲେ। ତା’ପରେ ସେ ସେହି ଝିଅକୁ ଡାକିଥିଲେ ଓ ବିରିୟାନି ଖାଇବେ କି ବୋଲି ପଚାରିଥିଲେ। ତେବେ ଝିଅ ଜଣଙ୍କ ମନା କରି ଦେଇଥିଲେ। ସେତେବେଳେ ଝିଅର ପେଟ କାଟୁଥିଲା ଓ ସେ କାନ୍ଦୁଣୁମାନ୍ଦୁଣୁ ଅବସ୍ଥାରେ ଥିଲେ। ତା’ପରେ ରାକେଶ ସ୍ୱାଇଁ ବିରିୟାନି ଖାଇଲେ। ୧୦-୧୫ ମିନିଟ୍ ପରେ ଝିଅ ଜଣଙ୍କ ଯାଇ ବାନ୍ତି କରିଥିଲେ। ରାକେଶ ସ୍ୱାଇଁ ଖାଇବା ଥାଳିରୁ ଉଠି ତାଙ୍କୁ ପାଣି ଦେଇଥିଲେ। ତା’ପରେ ଝିଅ ଜଣଙ୍କ କାନ୍ଦୁଣୁମାନ୍ଦୁଣୁ ହେଲେ ଓ ବସିଲେ।
ହୋଟେଲ୍ ମାଲିକ କହିଛନ୍ତି, ସେ ଝିଅ (ଝରାଫୁଲ) ଯେତେବେଳେ ଆସି ମୋ ହୋଟେଲରେ ପହଞ୍ଚିଲେ ସେତେବେଳକୁ ସେ କାନ୍ଦୁଣୁମାନ୍ଦୁଣୁ ଅବସ୍ଥାରେ ଥିଲେ।
ସୂଚନାଯୋଗ୍ୟ, ଏହି ହୋଟେଲ୍ଟି ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହିଛି। ଜାନୁଆରୀ ୨୬ ତାରିଖରେ ରାକେଶ ଓ ଝରାଫୁଲ ଏହି ହୋଟେଲ୍ରେ ପାଖାପାଖି ୩୫ ମିନିଟ୍ ରହିଥିଲେ। ସିସିଟିଭି ତଥ୍ୟ ଅନୁସାରେ ସେମାନେ ଦିନ ୧୨ଟା ୨୦ରେ ହୋଟେଲ୍କୁ ଆସିଥିଲେ ଓ ୧ଟା ୫ ମିନିଟ୍ରେ ଫେରିଯାଇଥିଲେ। ରାକେଶ କେବଳ ଗୋଟିଏ ବିରିୟାନି ମଗାଇ ଖାଇଥିଲେ। ଝରାଫୁଲ କିଛି ଖାଇ ନଥିଲେ।
The post ‘କାନ୍ଦୁଣୁମାନ୍ଦୁଣୁ ଅବସ୍ଥାରେ ଆସିଥିଲେ ଝରାଫୁଲ…’ appeared first on Odisha Reporter.
from Odisha Reporter https://ift.tt/3cqidns
No comments:
Post a Comment