ନିୟମ କଡ଼ାକଡ଼ି କରିବାକୁ ଭେହିକିଲ୍ ଲୋକେସନ୍ ଟ୍ରାକିଙ୍ଗ ସିଷ୍ଟମ ଲାଗୁ ହେବ। ଗାଡ଼ିର ଲୋକେସନ୍ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ।
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କୋପ ଯୋଗୁ ରାଜ୍ୟରେ କିଛି ମାସ ଯାନବାହନ ଯାଞ୍ଚକୁ କୋହଳ କରାଯାଇଥିଲା। ହେଲେ ଏଥିଯୋଗୁ ଦୁର୍ଘଟଣା ସଂଖ୍ୟା କ୍ଷିପ୍ର ବେଗ୍ରେ ବଢ଼ିଚାଲିବାରୁ ଏବେ ପୁଣି ଥରେ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ନିୟମ ଖିଲାପକାରୀଙ୍କୁ ଧରିବାକୁ ଲାଗୁ ହୋଇଛି ନୂଆ ନିୟମ।
ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି। ପ୍ରତି ୪ରୁ ୫ କିଲୋମିଟର ବ୍ୟବଧାନରେ ଲାଗିବ ସିସିଟିଭି। ଏଥିନିମନ୍ତେ ଟେଣ୍ଡର ସରିଛି। ଏହାଦ୍ୱାରା ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସହ ନକଲି ନମ୍ବର ପ୍ଲେଟଧାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇପାରିବ। ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବାଧ୍ୟତାମୂଳକ ନିୟମ ରହିଛି। ନିୟମ କଡ଼ାକଡ଼ି କରିବାକୁ ଭେହିକିଲ୍ ଲୋକେସନ୍ ଟ୍ରାକିଙ୍ଗ ସିଷ୍ଟମ ଲାଗୁ ହେବ। ଗାଡ଼ିର ଲୋକେସନ୍ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ। ଏଥିପାଇଁ ଟେଣ୍ଡର ଡକାଯାଇଛି।
ରାଜ୍ୟବ୍ୟାପୀ ଆଜିଠୁ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ ଦୁର୍ଘଟଣା କମାଇବା ନିମନ୍ତେ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା।
ଏଥିସହ କମିଶନର କହିଛନ୍ତି, ଗତ ଲକଡାଉନ୍ରେ ଦୁର୍ଘଟଣା ହାର କମିଥିବା ବେଳେ ସେପ୍ଟେମ୍ବର, ଅକ୍ଟୋବରରେ କିନ୍ତୁ ବଢ଼ିଚାଲିଲା ଦୁର୍ଘଟଣା ଗ୍ରାଫ। ଫଳରେ ନଭେମ୍ବର ଓ ଡିସେମ୍ବରରେ ଚେକିଂକୁ କଡ଼ାକଡ଼ି କରାଯିବା ପରେ ଦୁର୍ଘଟଣା ହାର କମିଛି।
ହାଇୱେରେ ସ୍ପିଡ ନିୟନ୍ତ୍ରଣ ପାଇଁ କ୍ୟାମେରା ଲାଗୁଛି। ଭେହିକଲ ଲୋକେସନ ଟ୍ରାକିଂ ସିଷ୍ଟମ ହେବ, ସ୍ପିଡ ଆନାଲିସିସ ହେବ। ଏଥିନିମନ୍ତେ ୧୫ କୋଟି ମଞ୍ଜୁର ହୋଇଛି। ବସ୍, ଟ୍ୟାକ୍ସି, ସ୍କୁଲ ବସ୍ ଲୋକେସନ ଟ୍ରାକିଂ ହେବ ବୋଲି କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା।
ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହ ପରିବର୍ତ୍ତେ ମାସ ପାଳିତ ହେଉଥିବାରୁ ମାସ ସାରା ଲୋକଙ୍କୁ ସଚେତନା କରାଯିବ। ଅତ୍ୟଧିକ ଦ୍ରୁତ ଗତିରେ ଯିବା, ମଦ ପିଇ ଗାଡ଼ି ଚଳାଇବା, ଗୋଟିଏ ବାଇକ୍ରେ ୩ ଜଣ ଯିବା, ବିପରୀତ ଦିଗରେ ଯିବା, ସିଟ ବେଲ୍ଟ ପିନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।
ସବୁ ବର୍ଷ ଲଗାତାର ଦୁର୍ଘଟଣା ହେଉଥିବା ବ୍ଲାକ ସ୍ପଟ ଚିହ୍ନଟ କରାଯାଇ ତାହାର ମରାମତି କରାଯାଏ। ଏହାକୁ କମାଇବା ନିମନ୍ତେ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। ଆମ ସୁରକ୍ଷା ଆମ ଅଭ୍ୟାସରେ ପରିଣତ ହେବା ଦରକାର। ହେଲମେଟ ନ ଧରିଲେ ଆମେ ଘରୁ ବାହାରୁ ନଥିବା ବେଳେ ହେଲମେଟ ନ ପିନ୍ଧିଲେ ଘରୁ ମଧ୍ୟ ବାହାରିବା ଉଚିତ ନୁହେଁ।
The post ରାମେଶ୍ୱରରୁ ପାଣିକୋଇଲି ଲାଗିବ ସିସିଟିଭି appeared first on Odisha Reporter.
from Odisha Reporter https://ift.tt/39ClOvs
No comments:
Post a Comment