ଝିଅ ଭାଗ୍ୟବାନ, ବାପା ବି ଭାଗ୍ୟବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 4, 2021

ଝିଅ ଭାଗ୍ୟବାନ, ବାପା ବି ଭାଗ୍ୟବାନ

ଆନ୍ଧ୍ରପ୍ରଦେଶ: ପ୍ରତିଟି ବାପା-ମା’ଙ୍କ ଇଚ୍ଛା ଥାଏ ଯେ ତାଙ୍କ ପିଲାମାନେ ତାଙ୍କଠାରୁ ବି ଅଧିକ ସଫଳତା ହାସଲ କରନ୍ତୁ। ନିଜ ପିଲାଙ୍କ ସଫଳତା ବାପା-ମା’ଙ୍କ  ପାଇଁ ଦୁନିଆର ସବୁଠାରୁ ବଡ ଖୁସି ଦେଇଥାଏ।ଏହି ସଫଳତାରୁ ହିଁ ସେମାନେ ଗର୍ବ ଅନୁଭବ କରିଥାନ୍ତି ଏବଂ ଏଥିରୁ ହିଁ ସେମାନେ ବାପା-ମା’ ହେବାର ମୂଲ୍ୟ ପାଇଯାଇଥା’ନ୍ତି। ଏଭଳି ହିଁ ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ତିରୁପତିରେ। ଯେଉଁଠି ଜଣେ ସର୍କଲ ଇନିସପେକ୍ଟର ବାପା ତାଙ୍କ ଡିଏସ୍‌ପି ଝିଅକୁ ସମସ୍ତଙ୍କ ସମ୍ମୁଖରେ ସାଲ୍ୟୁଟ କରିଛନ୍ତି। ବାପ-ଝିଅଙ୍କ ଏହି ସାଲ୍ୟୁଟ ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆନ୍ଧ୍ରପ୍ରଦେଶ ପୁଲିସରେ କାର୍ଯ୍ୟରତ ସର୍କଲ ଇନିସପେକ୍ଟର ଶ୍ୟାମ ସୁନ୍ଦର ନିଜ ହାତରେ ଗଢ଼ିତୋଳି ମଣିଷ କରିଥିବା ଡିଏସ୍‌ପି ଝିଅକୁ ନମସ୍ତେ ମ୍ୟାଡମ୍‌ କହି ସାଲ୍ୟୁଟ କରିଛନ୍ତି। ଏହି ସମୟରେ ଝିଅ ପ୍ରଶାନ୍ତି ମଧ୍ୟ ବାପା ସୁନ୍ଦରଙ୍କୁ ପ୍ରତି ସାଲ୍ୟୁଟ ଜଣାଇଛନ୍ତି। ବାପ-ଝିଅଙ୍କ ଏଭଳି ସାଲ୍ୟୁଟ ମାରିବାକୁ ଦେଖି ସେଠାରେ ଉପସ୍ଥିତ ଅନ୍ୟ ପୁଲିସ କର୍ମୀଙ୍କ ଆଖିରେ ଲୁହ ଆସିଯାଇଥିଲା। ଗର୍ବରେ ଶ୍ୟାମ ସୁନ୍ଦରଙ୍କ ଛାତି ଚଉଡା ହୋଇଗଲା।ଲୋକେ ଏହି ବାପ-ଝିଅଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ପ୍ରଶାନ୍ତି ତିରୁପତିରୁ ଡ୍ୟୁଟି କରିବାକୁ ଆସିଥିବା ବେଳେ ବାପା ଶ୍ୟାମ ସୁନ୍ଦରଙ୍କ ସହ ତାଙ୍କର ଭେଟ ହୋଇଥିଲା।


ଏହି ପୂରା ଘଟଣା ସେଠାରେ ଥିବା କ୍ୟାମେରାରେ କଏଦ ହୋଇଛି। ଏହି ସମସ୍ତ ଘଟଣାର ଫଟୋକୁ ଆନ୍ଧ୍ରପ୍ରଦେଶ ପୁଲିସ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେଆର କରିଛି। ଫଟୋର କ୍ୟାପସନରେ ଲେଖାହୋଇଛି, ଆନ୍ଧ୍ରପ୍ରେଦଶ ପୁଲିସ, ପରିବାରକୁ ସାଥୀରେ ନେଇ ଚାଲିଥାଏ। ବର୍ଷର ପ୍ରଥମ ଡ୍ୟୁଟି ମିଟିଂ ଜଣେ ପରିବାରକୁ ମିଶାଇଛି। ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ନିଜ ଝିଅ ପ୍ରଶାନ୍ତିକୁ ଯିଏ କି ଏବେ ଆନ୍ଧ୍ର ପୁଲିସ‌‌ରେ ଡିଏସ୍‌ପି ଅଛନ୍ତି ଗର୍ବ ଏବଂ ସମ୍ମାନର ସହ ସାଲ୍ୟୁଟ୍‌ କରୁଛନ୍ତି। ସତରେ ଏହା ଏକ ଦୁର୍ଲଭ ଏବଂ ଭାବବିହ୍ବଳ ଦୃଶ୍ୟ ବୋଲି ଲେଖା ହୋଇଛି।

ସୂଚନାଯୋଗ୍ୟ ଯେ, ଶ୍ୟାମ ସୁନ୍ଦର ଏବେ ପୁଲିସ‌ ଟ୍ରେନିଂ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି। ପ୍ରଶାନ୍ତି ଜଣେ ଇଞ୍ଜିନିୟର୍‌ ଗ୍ରାଜୁଏଟ୍‌। ସେ ୨୦୧୮ରେ ଭାରତୀୟ ପୁଲିସ‌ ସେବାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।

The post ଝିଅ ଭାଗ୍ୟବାନ, ବାପା ବି ଭାଗ୍ୟବାନ appeared first on Odisha Reporter.



from Odisha Reporter https://ift.tt/3ojXDrY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages