ସୋର(ଶଶିକାନ୍ତ ବେହେରା): ଧାର କରଜ କରି ଝିଅ ବାହାଘର କରିଥିଲେ। ହେଲେ ସୁଝି ପାରିଲେନି, ହାରିଗଲେ । ଋଣ ଭାର ସହି ନପାରି ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲେ ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ମାଣତ୍ରୀ ଅଞ୍ଚଳରେ। ମୃତକ ହେଲେ ମାଣତ୍ରୀ ପଞ୍ଚାତୟ ମହନ୍ତସାହିର ରବିନ୍ଦ୍ର ପରିଡା।
ସୂଚନା ଅନୁସାରେ, ରବିନ୍ଦ୍ର ଗତ ମାର୍ଚ୍ଚ ମାସରେ ଝିଅ ବାହାଘର ପାଇଁ SHG ଗ୍ରୁପରୁ ଦେଢ଼ ଲକ୍ଷ ଓ ଗାଁ ଲୋକଙ୍କଠାରୁ ୫୦ ଜହାର ହାତ ଉଦ୍ଧାର ଆଣଇଥିଲେ। କିନ୍ତୁ କିଛି ଦିନ ପରେ କରୋନା ମହାମାରୀ ଯୋଗୁଁ ସରକାର ଲକଡାଉନ ଘୋଷଣା କରିଥିଲେ । ଫଳରେ ରବିନ୍ଦ୍ର କାମ ଧନ୍ଦା ହରାଇ ଘରେ ବସି ରହିଥିଲେ।
ଫାଇନାନ୍ସ କର୍ମଚାରୀ ଏବଂ ଗାଁରୁ ହାତ ଉଦ୍ଧାରି କରିଥିବା ଲୋକେ ତାଙ୍କୁ ଟଙ୍କା ଫେରାଇବା ପାଇଁ ବାରମ୍ବାର ଚାପ ପକାଉଥିଲେ । କିନ୍ତୁ ରବିନ୍ଦ୍ର ଋଣ କରିଥିବା କିସ୍ତି ଆଉ ସୁଝି ପାରିନଥିଲେ । ଶେଷରେ ସେମାନଙ୍କ ଜୁଲମ ସହିନପାରି ଗତକାଲି ରବିନ୍ଦ୍ର ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।
The post ଝିଅ ବାହାଘର ପାଇଁ କରିଥିଲେ ଋଣ, ସୁଝି ନପାରି ଝୁଲି ପଡିଲେ ବାପା appeared first on Odisha Reporter.
from Odisha Reporter https://ift.tt/3nvnSKH
No comments:
Post a Comment