ନୂଆଦିଲ୍ଲୀ: ନିକଟରେ ଆମେରିକା ସଂସଦ ପରିସର (କ୍ୟାପିଟାଲ ବିଲ୍ଡିଂ)ରେ ହିଂସା ନେଇ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ୟାନ କରି ଦେଇଛି। ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ବିଶ୍ୱର ସବୁଠୁ ଅଧିକ ସକ୍ରିୟ ରାଜନେତା ହୋଇଛନ୍ତି।
ମୋଦିଙ୍କର ଏବେ ଟ୍ୱିଟରରେ ଫଲୋଅର ସଂଖ୍ୟା ୬୪.୭ ମିଲିଅନ୍ ଥିବା ବେଳେ ଟ୍ରମ୍ପଙ୍କର ୮୮.୭ ମିଲିଅନ୍ ଥିଲା। ତେବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏବେ ଫଲୋଅର ସଂଖ୍ୟା ୧୨୭.୯ ମିଲିଅନ ରହିଛି। ଯାହାକି ସର୍ବାଧିକ। ହେଲେ ସେ ଟ୍ୱିଟରରେ ଏତେଟା ସକ୍ରିୟ ନୁହନ୍ତି। ନରେନ୍ଦ୍ର ମୋଦି ପ୍ରାୟତଃ ଟ୍ୱିଟରରେ ଅଧିକ ସକ୍ରିୟ ରହୁଥିବାରୁ ଏବେ ସେ ଏକପ୍ରକାର ସବୁଠୁ ଅଧିକ ସକ୍ରିୟ ରାଜନେତା ପାଲଟିଛନ୍ତି ଟ୍ୱିଟରରେ।
ସେହିପରି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କର ୨୩.୩ ମିଲିଅନ୍ ଫଲୋଅର ଥିବା ବେଳେ ଭାରତର ଗୃହ ମନ୍ତ୍ରୀ ଅମିତ ଶାହଙ୍କର ଫଲୋଅର ସଂଖ୍ୟା ୨୪.୨ ମିଲିଅନ୍ ରହିଛି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିଓ୍ୱାଲଙ୍କର ୨୧.୨ ମିଲିଅନ ଫଲୋଅର ରହିଛନ୍ତି।
ସୂଚନାଯୋଗ୍ୟ, ଆମେରିକାର ସଂସଦ ପରିସରରେ ହିଂସା ଦେଖାଦେଇଛି। ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରି ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ପରିସରରେ ହିଂସା କରିଥିଲେ। ସେଥିରେ ୪ ଟ୍ରମ୍ପ ସମର୍ଥକଙ୍କର ପୁଲିସ ଗୁଳିରେ ମୃତ୍ୟୁ ଘଟିଥିଲା। ସେହିପରି ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମୀ ଶନିବାର ମୃତ୍ୟୁ ବରଣ କରିଛନ୍ତି। ଏହାପରେ ହିଂସାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ଆଣି ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବରେ ବ୍ଲକ କରି ଦେଇଛି।
The post ଟ୍ରମ୍ପଙ୍କ ବିରୋଧରେ ଟ୍ୱିଟରର କାର୍ଯ୍ୟାନୁଷ୍ଠାନ, ମୋଦିଙ୍କୁ କରାଇଲା ୧ ନମ୍ୱର ! appeared first on Odisha Reporter.
from Odisha Reporter https://ift.tt/3q5lJab
No comments:
Post a Comment