ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ମାମଲା ରୁଜୁ କରିଛି। ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକୁ ନେଇ ମିଛ ଖବର ପ୍ରଚାର ଓ ଘୃଣାଭାବ ସୃଷ୍ଟି କରିବା ଅଭିଯୋଗରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଯେଉଁ ସବୁ ଧାରାରେ ମାମଲା ରୁଜୁ କରାଯାଇଛି, ତା’ ଭିତରେ ଦେଶଦ୍ରୋହ, ଅପରାଧିକ ଷଡ଼ଯନ୍ତ୍ର ଓ ଶତ୍ରୁତାକୁ ପ୍ରୋତ୍ସାହିତ ପ୍ରମୁଖ ରହିଛି।
ନୋଏଡାର ଏକ ଥାନାରେ ସାଂସଦ ଶଶି ଥରୁର ଓ ୬ ସାମ୍ବାଦିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ନୋଏଡାର ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏହି ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସେ ଅଭିଯୋଗ କରିଛନ୍ତି, ଦିଲ୍ଲୀ ପୁଲିସ୍ର ଗୁଳିରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ନେଇ ସାଂସଦ ଶ୍ରୀ ଥରୁର ଓ ଏହି ୬ ସାମ୍ବାଦିକ ଖବର ପ୍ରଚାର କରିଥିଲେ। ସେମାନେ ସୋଶାଲ୍ ମିଡିଆରେ ମଧ୍ୟ ଏନେଇ ପୋଷ୍ଟ କରିଥିଲେ। ଫଳରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା ଓ ସେମାନେ ଲାଲକିଲ୍ଲା ଉପରେ ଚଢ଼ି ଯାଇଥିଲେ।
ଯେଉଁ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି, ସେମାନ ହେଉଛନ୍ତି- ମୃଣାଳ ପାଣ୍ଡେ, ରାଜଦୀପ ସରଦେଶାଇ, ବିନୋଦ କେ ଜୋସେ, ଜାଫର ଆଘା, ପରେଶ ନାଥ ଓ ଅନନ୍ତ ନାଥ।
ଜାନୁଆରୀ ୨୬ ତାରିଖରେ ନୂଆ କୃଷି ଆଇନକୁ ବିରୋଧ କରି ହଜାର ହଜାର କୃଷକ ଦିଲ୍ଲୀକୁ ଟ୍ରାକ୍ଟର ରାଲି କରି ଆସିଥିଲେ। ସେମାନଙ୍କ ମଧ୍ୟରୁ ଶତାଧିକ ଆନ୍ଦୋଳନକାରୀ ନିୟମ ଉଲ୍ଲଂଘନ କରି ଲାଲକିଲ୍ଲାରେ ପଶି ଯାଇଥିଲେ ଓ ସେଠାରେ ପତାକା ଉତ୍ତୋଳନ କରିଥିଲେ। ସେଠାରେ ପୁଲିସ୍ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲେ। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ବହୁ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି।
ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ପରେଡ ପରେ ଅନ୍ୟାନ୍ୟ ସର୍ତ୍ତ ସହିତ ଟ୍ରାକ୍ଟର ରାଲି ବାହାର କରିବାକୁ ଚାଷୀମାନଙ୍କୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚାଷୀମାନେ ସେହି ସମୟ ପୂର୍ବରୁ ବ୍ୟାରିକେଡ୍ ଭାଙ୍ଗି ପ୍ରଥମେ ନିୟମ ଭାଙ୍ଗିଥିଲେ। ଏହା ସହିତ ଯେଉଁ ରାସ୍ତାରା ଅନୁମତି ମିଳି ନଥିଲା ସେହି ରାସ୍ତାରେ ରାଲି ବାହାର କରିଥିଲେ।
The post ସାଂସଦ ଶଶି ଥରୁର ଓ ୬ ସାମ୍ବାଦିକଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/3qZcb0W
No comments:
Post a Comment