ଡାଇବେଟିସ ରୋଗୀଙ୍କ ପାଇଁ ଘାତକ ଶୀତ ଦିନ; ଜାଣନ୍ତୁ, କେଉଁ ଖାଦ୍ୟଠୁ ଦୂରେଇ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ଡାଇବେଟିସ ରୋଗୀଙ୍କ ପାଇଁ ଘାତକ ଶୀତ ଦିନ; ଜାଣନ୍ତୁ, କେଉଁ ଖାଦ୍ୟଠୁ ଦୂରେଇ ରହିବେ

ନୂଆଦିଲ୍ଲୀ:   ଆମ ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିନିମନ୍ତେ ସନ୍ତୁଳିତ ଖାଦ୍ୟ ସହ ଜୀବନଚର୍ଯ୍ୟାକୁ  ଶୃଙ୍ଖଳିତ ରଖିବାକୁ ପରାମର୍ଶ ଦିଆଯାଇଥାଏ। ଏବେ ଶୀତ ଦିନ ଥିବାରୁ ସାଧାରରତଃ ଗରମାଗରମ ଚଟପଟା ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ଶୀତ ଦିନେ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବା ଏକ ବଡ଼ ଚ୍ୟାଲେଞ୍ଜ।

ଖାଦ୍ୟପେୟରେ ନିୟନ୍ତ୍ରଣ ନ ରଖିଲେ ଡାଇବେଟିସ ରୋଗୀଙ୍କ ନିମନ୍ତେ ଏହି ଋତୁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ଥଣ୍ଡା ଦିନରେ ରକ୍ତରେ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ କିଛି ଖାଦ୍ୟ ପଦାର୍ଥକୁ ମନା କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

  ସାଧାରଣତଃ ଶୀତଦିନେ ଅଧିକ ଛଣାଛଣି ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ। କିନ୍ତୁ ଏଥିରେ ଥିବା ଫ୍ୟାଟ୍‌ ଶରୀରରେ ଜମା ହୋଇ ରହିଥାଏ, ଯାହାକି କେବେ ବି ଶୁଭଙ୍କର ନୁହେଁ। ତେଣୁ ଘରେ ପ୍ରସ୍ତୁତ ଗରମାଗରମ ପରାଟା, ମକା ରୋଟି, ସିଙ୍ଗଡ଼ା, ପୁରୀ ବା କଚୋଡ଼ି, ଚିପ୍ସ ଆଦି  ଛଣା ଖାଦ୍ୟଠୁ ଡାଇବେଟିସ ରୋଗୀ ଏଥିରୁ ନିଜକୁ ଦୂରେଇ ରଖିବା ଉଚିତ। ଏହାଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ।

ଭିଟାମିନ ସିରେ ଭରପୂର କମଳା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ କମଳାରେ ଅଧିକ ମାତ୍ରାରେ ସୁଗାର ଥିବାରୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନେ ଏହା ଖାଇବାକୁ ବାରଣ କରାଯାଇଥାଏ।

  –ଇନସୁଲିନ ନେଉଥିବା ରୋଗୀଙ୍କ ପ୍ରତି ହାଇପୋଗ୍ଲିସିମିୟାର ବିପଦ ଥାଏ। ଏଥିନିମନ୍ତେ ସେମାନେ ନିଶାଠୁ ଦୂରେଇ ରହିବା ଉଚିତ। ଜଣେ ସାଧାରଣ ଲୋକ  ନିଶା ନେବା ଦ୍ୱାରା ଯେଉଁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥାଏ, ଜଣେ ସୁଗାର ରୋଗୀ ତା’ଠୁ ବହୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ।

ସୋଡ଼ା ତଥା ଅଧିକ ମାତ୍ରାରେ ମିଠା ଥିବା ପାନୀୟ ପଦାର୍ଥଠୁ ଦୂରେଇ ରହିବା ଉଚିତ। ମୁଖ୍ୟତଃ ବଜାରରେ ମିଳୁଥିବା, ଥଣ୍ଡା, ଜୁସ୍‌ କିମ୍ବା ପ୍ୟାକଡ ହୋଇଥିବା ପାନୀୟରେ ଭରପୂର ମାତ୍ରାରେ ଶର୍କରା ଥାଏ। ତେଣୁ ଏହାଠୁ ଦୂରେଇ ରହିବା ଉଚିତ।

ମହୁରେ ଅଧିକ ପରିମାଣର କାର୍ବୋହାଇଡ୍ରେଡ ଥାଏ। ଏହା  ଶରୀରକୁ ସଙ୍ଗେ ସଙ୍ଗେ ଏନର୍ଜି ଯୋଗାଇଥାଏ। ତେଣୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନରେ ଏପରି ଖାଦ୍ୟ ପଦାର୍ଥଠୁ ନିଜକୁ ଦୂରେଇ ରଖିବା ଉଚିତ।

 –ଡାଇବେଟିସ ରୋଗୀ ଶୀତ ଦିନେ ଚର୍ବିରରେ ଭରପୂର ମାଂସ ଖାଇବା ଉଚିତ ନୁହେଁ। ଏଥିରେ ଥିବା ଫ୍ୟାଟ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

The post ଡାଇବେଟିସ ରୋଗୀଙ୍କ ପାଇଁ ଘାତକ ଶୀତ ଦିନ; ଜାଣନ୍ତୁ, କେଉଁ ଖାଦ୍ୟଠୁ ଦୂରେଇ ରହିବେ appeared first on Odisha Reporter.



from Odisha Reporter https://ift.tt/2NLDptH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages