ମନ୍ତ୍ରୀଙ୍କ ବୋହୂଙ୍କ କାରନାମା: କଲେଜ ନ ଯାଇ ବି ନେଇଛନ୍ତି ୨ ବର୍ଷର ଦରମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ମନ୍ତ୍ରୀଙ୍କ ବୋହୂଙ୍କ କାରନାମା: କଲେଜ ନ ଯାଇ ବି ନେଇଛନ୍ତି ୨ ବର୍ଷର ଦରମା

କାମାକ୍ଷାନଗର(ବିଦ୍ୟାଧର ବରାଳ): ପଦାକୁ ଆସିଛି ଖଣି ମନ୍ତ୍ରୀଙ୍କ ବୋହୂଙ୍କର ଅନୈତିକ କାରନାମା। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନଙ୍କ ନୀତିହୀନ କାମ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସୂଚନା ଅଧିକାରୀ କର୍ମୀ ଜୟକୃଷ୍ଣ ବେହେରାଙ୍କ RTI ତଥ୍ୟରୁ ଜଣାପଡ଼ିଛି ଯେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ କଲେଜ ନଯାଇ ଦରମା ନେଇଛନ୍ତି। ତାଙ୍କର ଏହି କାରନାମା ଯୋଗୁଁ କାମାକ୍ଷାନଗର ମହାବିଦ୍ୟାଳୟକୁ ଲୋକେ ଏବେ ଦୁର୍ନୀତିର ପାଠଶାଳା ବୋଲି କହୁଛନ୍ତି।

ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର ମହାବିଦ୍ୟାଳୟରେ କ୍ଲାସ ନ କରି ବି ଉଠାଇଛନ୍ତି ମାସକୁ ମାସ ଦରମା। ୨୦୧୬ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଏହି ପାୱାରଫୁଲ ମିନିଷ୍ଟରଙ୍କର ବୋହୂ ଦିନେ ହେଲେ କଲେଜକୁ ଯାଇ ନାହାନ୍ତି। ହେଲେ ମାସକୁ ମାସ ଉଠାଇ ନେଇଛନ୍ତି ମୋଟା ଅଙ୍କର ଦରମା। ଯାହାର ଗୁମର ଖୋଲିଛି RTI ତଥ୍ୟ। ଏହାକୁ ଗୁରୁତ୍ୱର ସହ ନେଇ ଲୋକାୟୁକ୍ତ ଏହି ଘଟଣାର ତଦନ୍ତ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

ସୂଚନା ଅଧିକାରୀ କର୍ମୀ ଜୟକୃଷ୍ଣ ବେହେରା କହିଛନ୍ତି, ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ପରି ଏକ ବହି ଦୋକାନର ବିଲ୍‌କୁ ନେଇ ମନ୍ତ୍ରୀଙ୍କ ବୋହୂ ଲିପ୍ସା ପ୍ରଧାନଙ୍କ ଗୁମର ଖୋଲିଛି। କଲେଜର ବହିକିଣା ଅନିୟମିତତାର ଅଡିଟ ଚାଲିଥିବାବେଳେ ମନ୍ତ୍ରୀଙ୍କ ବୋହୂ କଲେଜ ନଆସି ଦରମା ନେଇଥିବା ଧରାପଡ଼ିଥିଲା।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ହେଉଛନ୍ତି ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପିକା। ତାଙ୍କ ଶ୍ୱଶୁର ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକ ହେଉଛନ୍ତି କଲେଜ ଗଭର୍ନିଂ ବଡିର ଅଧ୍ୟକ୍ଷ। ଶ୍ୱଶୁର ବୋହୂଙ୍କ ଖେଳରେ କ୍ରୀଡ଼ନକ ସାଜିଥିଲେ କଲେଜର ତତ୍କାଳୀନ ଅଧ୍ୟକ୍ଷ ଅରବିନ୍ଦ କାନ୍ତ ରାୟ।

RTIରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୬ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ପାୱାରଫୁଲ ମିନିଷ୍ଟରଙ୍କର ବୋହୂ ଦିନେ ହେଲେ କଲେଜକୁ ଯାଇ ନାହାନ୍ତି। ଏ ବିଷୟରେ କଲେଜର ଅଧ୍ୟକ୍ଷଙ୍କୁ ପଚାରିବାରୁ ଅଧ୍ୟାପିକା ଲିପ୍ସା ପ୍ରଧାନ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟକୁ PHD  ପାଇଁ ଷ୍ଟଡି ଲିଭରେ ଯାଇଛନ୍ତି ବୋଲି ଦର୍ଶାଇଥିଲେ। ଏ ନେଇ ସୂଚନା ଅଧିକାର କର୍ମୀ ଉତ୍କଳ ବିଶ୍ଵବିଦ୍ୟାଳୟକୁ ୨୦୧୬ ରୁ ୨୦୧୮ ମସିହା ମଧ୍ୟରେ ଲିପ୍ସା ପ୍ରଧାନ ନାମରେ କେହି PHD  କରୁଥିଲେ କି ନାହିଁ ତଥ୍ୟ ମାଗିଥିଲେ। ମାତ୍ର ବିଶ୍ୱବିଦ୍ୟାଳୟର ଚିଠିରେ ଲିପ୍ସା ପ୍ରଧାନଙ୍କ ନାମରେ କେହି ରେଜିଷ୍ଟ୍ରେସନ କରି ନ ଥିବା ଉଲ୍ଲେଖ ଅଛି। ୨୦୧୮ ପରଠୁ ଲିପସା ପ୍ରଧାନ କଲେଜରେ ଡ୍ୟୁଟି କରୁଥିବା ଜଣାଯାଇଛି।

ଏହି ଘଟଣା ପଦାକୁ ଆସିବା ପରେ ମନ୍ତ୍ରୀଙ୍କ ବୋହୂ ମିଥ୍ୟା ତଥ୍ୟ ଦେଇ ମାସକୁ ମାସ ସରକାରଙ୍କ ଟଙ୍କାକୁ ହଡ଼ପ କରୁଥିବା ଅଭିଯୋଗ ହେଉଛି। ଏ ସବୁ ଦୁର୍ନୀତି ପଛରେ ରହିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଯାହାର ଗୁମର ଖୋଲିଛି RTI ତଥ୍ୟ।

କଲେଜର ବର୍ତ୍ତମାନ ଅଧ୍ୟକ୍ଷ  ରାମଚନ୍ଦ୍ର ସାହୁ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ସେ କହିଛନ୍ତି, ମୁଁ ୨୦୧୯ ନଭେମ୍ବରରେ ଚାର୍ଜ ନେଲିନ୍ତି। ମୋ ପିରିୟଡରେ ଅଡିଟ ହୋଇ ନ ଥିବାରୁ ଏ ସମ୍ପର୍କରେ କିଛି ଜାଣିନି।

The post ମନ୍ତ୍ରୀଙ୍କ ବୋହୂଙ୍କ କାରନାମା: କଲେଜ ନ ଯାଇ ବି ନେଇଛନ୍ତି ୨ ବର୍ଷର ଦରମା appeared first on Odisha Reporter.



from Odisha Reporter https://ift.tt/3iuGFFd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages