ନାଗପୁର: ଫ୍ଲାଇଟ୍ ଭିତରେ ଘଟିଲା ବଡ଼ ଅଘଟଣ। ଚାଲିଗଲା ୭ ବର୍ଷୀୟା କୁନି ଝିଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଲକ୍ଷ୍ନୌ-ମୁମ୍ବାଇ ଗୋ-ଏୟାର୍ ଫ୍ଲାଇଟରେ। ଉତ୍ତର ପ୍ରଦେଶର ଚାଫାର ଆୟୁଷି ପୁନବାସି ପ୍ରଜାପତି ନିଜ ବାପାଙ୍କ ସହ ଗୋ-ଏୟାର୍ ଫ୍ଲାଇଟ୍ G8307ରେ ଯାତ୍ରା କରୁଥିଲେ। ବିମାନ ମଝି ଆକାଶରେ ଥିବା ବେଳେ ହଠାତ୍ ଆୟୁଷି ଚେତାଶୂନ୍ୟ ହୋଇପଡ଼ିଥିଲେ। ଯାହା ପରେ ମଙ୍ଗଳବାର ସକାଳ ୭.୨୫ ବେଳେ ଫ୍ଲାଇଟକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ଆରୁଷିକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆରୁଷିର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଆୟୁଷି ଶରୀରରେ ରକ୍ତର ପ୍ରବାହ ମାତ୍ରା କମ୍ ଥିଲା, ଯାହା ତାଙ୍କ ବାପା ଲୁଚାଇଥିଲେ। ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କର ହିମୋଗ୍ଲୋବିନ୍ ୮ରୁ ୧୦gms ଭିତରେ ଥିବ, ତାକୁ ଫ୍ଲାଇଟରେ ଯିବା ପାଇଁ ଅନୁମତି ମିଳିବ ନାହିଁ। କିନ୍ତୁ ଆୟୁଷିର ହିମୋଗ୍ଲୋବିନ୍ ୨.୫gms ଥିଲା। ଏହି ଭୟରେ ଆୟୁଷିର ବାପା ଏ ସମ୍ପର୍କରେ କାହାକୁ ନଜଣାଇ ଫ୍ଲାଇଟରେ ଯାତ୍ରା କରିଥିଲା।
ହସ୍ପିଟାଲ ତରଫରୁ ଆହୁରି କୁହାଯାଇଛି, ଯେତେବେଳେ ଆୟୁଷି ଫ୍ଲାଇଟରେ ଅଚେତ ହୋଇପଡ଼ିଲା, ତାକୁ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ଅଣାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଆୟୁଷିଙ୍କ ଶରୀର ସମ୍ପୂର୍ଣ୍ଣ ଥଣ୍ଡା ପଡ଼ିଯାଇଥିବା ଏବଂ ତାଙ୍କର ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ମଝି ଆକାଶରେ ଚାଲିଗଲା କୁନି ଝିଅର ଜୀବନ appeared first on Odisha Reporter.
from Odisha Reporter https://ift.tt/2XXFhRO
No comments:
Post a Comment