ଯୁବତୀଙ୍କ ସୁରକ୍ଷା କବଚ ସାଜିବ ଶିଶିରଙ୍କ ସେଫଟି ବେଲ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ଯୁବତୀଙ୍କ ସୁରକ୍ଷା କବଚ ସାଜିବ ଶିଶିରଙ୍କ ସେଫଟି ବେଲ୍ଟ

ଜୟପୁର(ଟି.ଗୌରିଶଙ୍କର): ଯୁବତୀଙ୍କ ପାଇଁ ସୁରକ୍ଷା କବଚ ସାଜିବ ବେଲ୍ଟ। ବେଲଟ୍ ଦେବ ଯୁବତୀଙ୍କୁ ସୁରକ୍ଷା । ଏଭଳି କିଛି ଉଦ୍ଦେଶ୍ୟ ରଖି କୋରାପୁଟ ଜିଲ୍ଲା ଜୟପୁରର ଇଞ୍ଜିନିୟରିଂ ଛାତ୍ର ଶିଶିର ମଲ୍ଲିକ ତିଆରି କରିଛନ୍ତି ଏକ ସେଫଟି ବେଲ୍ଟ । ଏହି ବେଲ୍ଟ ମୋବାଇଲ୍ ଦ୍ୱାରା ପରିଚାଳିତ ହେବ । ବେଲ୍ଟକୁ ଅଣ୍ଟାରେ ପିନ୍ଧି ବାହାରକୁ ଯାଇପାରିବେ ଯୁବତୀ । ଯେଉଁଠି ନିଜକୁ ଅସୁରକ୍ଷିତ ଭାବିବେ ତୁରନ୍ତ ବେଲ୍ଟରେ ଥିବା ବଟମ ଚିପିବେ । ବେଲଟ ସହ ମୋବାଇଲ୍‌ରେ ଥିବା ଜିପିଏସ୍ ସଂଯୋଗ ହୋଇଥିବାରୁ ତୁରନ୍ତ ସାଇରନ୍ ବାଜିବ ।  ପରିବାର ପାଖରେ ପହଞ୍ଚିଯିବ ଲୋକେସନ୍। ଫଳରେ ତୁରନ୍ତ ପୁଲିସ୍‌ ସହାୟତା ମିଳିପାରିବ ଓ ଅଘଟଣକୁ ରୋକିହେବ।

କେତେବେଳେ ହ୍ୟାଣ୍ଡ ସାନିଟାଇଜର ତ କେତେବେଳେ ସୀମାରେ ସୈନିକଙ୍କ ସୁରକ୍ଷା ପାଇଁ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିବା ଯୁବକ ଏବେ ପୁଣି ଏକ ପ୍ରୋଜେକ୍ଟ  କରି ଚର୍ଚ୍ଚାରେ ଅଛନ୍ତି ଜୟପୁରର ଶିଶିର ମଲ୍ଲିକ ।

ଏନେଇ ଶିଶିର କହିଛନ୍ତି, ଏହି ବେଲ୍ଟ ବ୍ୟବହାର ଦ୍ୱାରା ଯୁବତୀ ତଥା ଛୋଟ ଛୋଟ ଝିଅଙ୍କୁ ସୁରକ୍ଷା ଦେଇଦେବ। ସେମାନଙ୍କ ଲୋକେସନ ଜଣାପଡ଼ିବ। ସାଇରନ୍‌ ବାଜିବ। ନେଟୱର୍କ ନ ଥିଲେ ବି ଜଣାପଡ଼ିବ ଲୋକେସନ୍‌। ଫଳରେ ତୁରନ୍ତ ସହାୟତା ଯୋଗାଇ ଦେଇ ହେବ।  ଏବେ ବଳାତ୍କାର କେସ୍‌ ବଢ଼ୁଥିବା ବେଳେ ଛୋଟ ଛୋଟ ଝିଅଙ୍କୁ ବି ଅପହରଣ କରି ନେଇଯାଉଛନ୍ତି ଦୁର୍ବୃର୍ତ୍ତ।  ଏପରି ସ୍ଥିତିରେ ଟ୍ରାକିଂ କରି ତୁରନ୍ତ  ସେମାନଙ୍କୁ ଉଦ୍ଧାର କରାଯାଇପାରିବ।

ଏହି ସେଫଟି ବେଲଟ ପ୍ରସ୍ତୁତ କରିବା ପାଇଁ ଶିଶିରଙ୍କୁ ପାଖାପାଖି ଦୁଇ ମାସ ସମୟ ଲାଗିଛି  । ଗୋଟିଏ ବେଲ୍ଟ ପାଇଁ ଖର୍ଚ୍ଚ ହୋଇଛି ୧୧ଶହ ଟଙ୍କା । ଶିଶିର ଜଣେ ଇଲେକଟ୍ରୋନିକ୍ସ ଇଂଜିନିଅରିଂର ଛାତ୍ର । ପାଠ ପଢା ସରିବା ପରେ ଏକ ଘରୋଇ କଂପାନୀରେ ଚାକିରି କରିଥିଲେ । ପରେ ଅସୁସ୍ଥତା କାରଣରୁ ଚାକିରି ଛାଡି ଜୟପୁରର ଏକ ଘରୋଇ ଫାଇନାନ୍ସ କଂପାନୀରେ ଚାକିରି କରୁଛନ୍ତି । ହେଲେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଗୋଟିଏ ପରେ ଗୋଟିଏ ଇନୋଭେଟିଭ ପ୍ରୋଜେକଟ୍ ନିର୍ମାଣ କରି ବେଶ୍‌ ପ୍ରଶଂସା ସାଉଁଟୁଛନ୍ତି ଶିଶିର।

ଏନେଇ  ମମତା ପଲ୍‌ ନାମ୍ନୀ ଜୟପୁର ବାସିନ୍ଦା କହିଛନ୍ତି, ଶିଶିର ମାନବ ସମାଜ, ପିଲାଙ୍କ ନିମନ୍ତେ ସବୁବେଆଳେ କିଛି କରିବାକୁ ଚେଷ୍ଟା କରେ।   ଲକ୍‌ଡାଉନ୍‌ର ପୂରା ସମୟ ସେ ଏହି ପ୍ରୋଜେକ୍ଟ ନିମନ୍ତେ ଦେଇଛି।

ଏନେଇ ଶିଶିରଙ୍କ ଶିକ୍ଷକ ପ୍ରକାଶ ପଟ୍ଟନାୟକ କହିଛନ୍ତି ଦିନକୁ ଦିନ ଶିଶୁ କ୍ରାଇମ ବଢ଼ୁଛି।  ବାପାମା’ ପିଲାଙ୍କୁ ଛାଡ଼ିବାକୁ ଡରୁଛନ୍ତି। ହେଲେ ଏପରି ବେଲ୍ଟ ସେମାନଙ୍କ ପାଇଁ ବରଦାନ ପାଲଟିବି।

ସୂଚନାଯୋଗ୍ୟ,  ପୂର୍ବରୁ ଶିଶିର ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ନିର୍ମାଣ କରିଥିଲେ । ପରେ ପରେ ସୀମାରେ ସୈନିକଙ୍କ ସୁରକ୍ଷା ନେଇ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ ।  ଏବେ ସାମ୍ନାକୁ ଆସିଛି ଶିଶିରଙ୍କ ସେଫଟି ବେଲ୍ଟ।

The post ଯୁବତୀଙ୍କ ସୁରକ୍ଷା କବଚ ସାଜିବ ଶିଶିରଙ୍କ ସେଫଟି ବେଲ୍ଟ appeared first on Odisha Reporter.



from Odisha Reporter https://ift.tt/3bhFBTA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages