ନୂଆଦିଲ୍ଲୀ: ନେପାଳ ଭାରତର ଏକ ରାଜ୍ୟ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। ଏଥିପାଇଁ ନେପାଳର ତତ୍କାଳୀନ ରାଜା ତ୍ରିଭୁବନ ବୀର ବିକ୍ରମ ଶାହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଅପିଲ୍ କରିଥିଲେ। ହେଲେ ନେହରୁ ଏହି ଅପିଲକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନିଜ ବହି ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଏହା ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଏହି ବହିରେ ନିଜ ରାଜନୀତିକ ଅନୁଭୂତି ସହିତ ବିଭିନ୍ନ ସରକାର ଏବଂ ଅନ୍ୟାନ୍ୟ ନେତାଙ୍କ ବାବଦରେ ମତ ରଖିଛନ୍ତି ପ୍ରଣବ ମୂଖାର୍ଜୀ।
ଆହୁରି ପଢ଼ନ୍ତୁ: ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ
ଶ୍ରୀ ମୂଖାର୍ଜୀ ୧୧ତମ ଅଧ୍ୟାୟରେ ଏ ବାବଦରେ ଲେଖିଛନ୍ତି। ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟଶୈଳୀ ଅଲଗା ଅଲଗା। ଯଦିଓ ସେମାନେ ଗୋଟିଏ ଗୋଟିଏ ଦଳରେ ନେତା ଥିଲେ। ଏହାର ଉଦାହରଣ ଦେବାକୁ ଯାଇ ଶ୍ରୀ ମୂଖାର୍ଜୀ ଲେଖିଛନ୍ତି, ନେହରୁ ନେପାଳକୁ ବହୁତ କୂଟନୀତିକ ଦୃଷ୍ଟିରେ ଦେଖୁଥିଲେ। ନେପାଳରେ ରାଣା ଶାସନ ପରେ ଗଣତନ୍ତ୍ର ଆସିଥିଲା। ତେଣୁ ନେହରୁ ଚାହୁଁଥିଲେ ସେଠାରେ ଗଣତନ୍ତ୍ର ବଢ଼ିବା ଦରକାର। କିନ୍ତୁ ଏହି ସମୟରେ ନେପାଳକୁ ଭାରତର ଏକ ରାଜ୍ୟ ଭାବରେ ମାନ୍ୟତା ଦେବା ପାଇଁ ନେହରୁଙ୍କୁ ତ୍ରିଭୁବନ୍ ବୀର୍ ବିକ୍ରମ ଶାହା ପରାମର୍ଶ ଦେଇଥିଲେ। ଆଉ ନେହରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ନେହେରୁ ଚାହୁଁଥିରେ ନେପାଳ ଏକ ସ୍ୱାଧୀନ ଦେଶ ହୋଇ ରହୁ ତେଣୁ ସେ ଏହି ପ୍ରସ୍ତାବକୁ ଖାରଜ କରିଥିଲେ ବୋଲି ପ୍ରଣବ ଦା’ ତାଙ୍କ ବହିରେ ଲେଖିଛନ୍ତି।
ଏବେ ନେହରୁଙ୍କ ଶାସନକାଳକୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରି ମୁଖାର୍ଜୀ ଲେଖିଛନ୍ତି ଯଦି ନେହରୁଙ୍କ ବଦଳରେ ଇନ୍ଦିରା ଗାନ୍ଧୀ ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାନ୍ତେ, ତେବେ ସେ ଏହି ସୁଯୋଗକୁ ହାତଛଡା କରି ନଥାନ୍ତେ।
ମୃତ୍ୟୁ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ‘ଦ ପ୍ରେସିଡେନଶିଆଲ ଇୟର୍ସ’ ବହି ଲେଖିଥିଲେ। ଏହି ବହିଟି ମଙ୍ଗଳବାର ପ୍ରକାଶିତ ହୋଇଛି। ବହି ପ୍ରକାଶ ପାଇବାକୁ ନେଇ ପ୍ରଣବଙ୍ଗ ପୁଅ ଏବଂ ଝିଅ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଶେଷରେ ଏହି ବହି ପ୍ରକାଶିତ ହୋଇଛି।
The post ନେପାଳ ଭାରତରେ କାହିଁକି ସାମିଲ୍ ହୋଇପାରିଲାନି? appeared first on Odisha Reporter.
from Odisha Reporter https://ift.tt/3bo5lNM
No comments:
Post a Comment