ପୋମ୍ପିଓଙ୍କ ସମେତ ୨୮ ଅଧିକାରୀଙ୍କୁ ବ୍ୟାନ୍ କଲା ବେଜିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 20, 2021

ପୋମ୍ପିଓଙ୍କ ସମେତ ୨୮ ଅଧିକାରୀଙ୍କୁ ବ୍ୟାନ୍ କଲା ବେଜିଂ

ବେଜିଂ: ଆମେରିକାରେ ଆରମ୍ଭ ହୋଇଛି ବିଡେନ୍ ଯୁଗ। ଟ୍ରମ୍ପ ସରକାରର କାର୍ଯ୍ୟକାଳ ଶେଷ ହେବା ପରେ ଏବେ ଉତ୍ସାହିତ ହୋଇଛି ବେଜିଂ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କିନ୍ତୁ ଟ୍ରମ୍ପ ସରକାର ଚାଇନା ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏବେ ବୁଧବାର ବିଡେନ୍ ସରକାର ଶପଥ ନେବା ପରେ ଟ୍ରମ୍ପ ପ୍ରଶାସନର ୨୮ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ବେଜିଂ। ଏମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ମନ୍ତ୍ରୀ ମାଇକ ପୋମ୍ପିଓ, ଟ୍ରମ୍ପ ପ୍ରଶାସନର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ମିଳିତ ଜାତିସଂଘର ରାଷ୍ଟ୍ରଦୂତ କେଲି କ୍ରାଫ୍ଟ ପ୍ରମୁଖ ରହିଛନ୍ତି।

ଟ୍ରମ୍ପ ପ୍ରଶାସନର ଅଧିକାରୀଙ୍କ ଉପରେ ଲଗାଯାଇଥିବା ଏହି ପ୍ରତିବନ୍ଧକ ଆମେରିକା ପ୍ରତି ଚାଇନାର କଠୋର ମନୋଭାବକୁ ଦର୍ଶାଇଛି। ପୋମ୍ପିଓଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଚାଇନା ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ମାଇକ ପୋମ୍ପିଓ କହିଥିଲେ ଯେ ସଂଖ୍ୟାଲଘୁ ଏବଂ ମୁସଲମାନମାନଙ୍କ ଉପରେ ଚାଇନାର ନୀତି ‘ନରସଂହାର’ ସହ ସମାନ। ପୋମ୍ପିଓ କାର୍ଯ୍ୟକାଳର ଶେଷ ସମୟରେ ଚାଇନା ଉପରେ ଅନେକ ନୂତନ ପ୍ରତିବନ୍ଧକ ଲଗାଇ କହିଥିଲେ ଯେ ଚାଇନାର ପଶ୍ଚିମ ଜିନଜିଆନ୍ ପ୍ରଦେଶରେ ସଂଖ୍ୟାଲଘୁ ଏବଂ ମୁସଲମାନମାନଙ୍କୁ ହତ୍ୟା କରାଯାଉଛି।

The post ପୋମ୍ପିଓଙ୍କ ସମେତ ୨୮ ଅଧିକାରୀଙ୍କୁ ବ୍ୟାନ୍ କଲା ବେଜିଂ appeared first on Odisha Reporter.



from Odisha Reporter https://ift.tt/3qIJdlZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages