ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କୋଇ ହେ ଆପକେ ଇନ୍ତଜାର ମେ, ଶୁନଲୋ ଜରା….। ନୟାଗଡ଼ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗତବର୍ଷ ପ୍ରସ୍ତୁତ ହୋଇଥିବା ଏହି ଟ୍ରାଫିକ ସଚେତନତା ଭିଡ଼ିଓ ଏବେ ସମଗ୍ର ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି।
ଏବେ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ ଗତକାଲି କେନ୍ଦ୍ର ରାଜମାର୍ଗ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଏହି ଭିଡିଓକୁ ପ୍ରଶଂସା କରିଛନ୍ତି।
ଗତବର୍ଷ ରାଜ୍ୟ ସରକାର ସଡ଼କ ସୁରକ୍ଷା ସପ୍ତାହ ପାଳନ କରୁଥିବା ବେଳେ ୧ ମିନିଟ୍ର ଟ୍ରାଫିକ ସଚେତନତା ଭିଡିଓ ଦେବା ପାଇଁ ସ୍କୁଲମାନଙ୍କୁ ଆହ୍ୱାନ ଦେଇଥିଲେ । ନୟାଗଡ଼ ନୋତର ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଏକ ଭିଡିଓ ପ୍ରସ୍ତୁତ କରି ପଠାଇଥିଲେ। ଏହି ଭିଡିଓକୁ ୪ ଜଣ ପିଲା ଗାଇଥିବା ବେଳେ ୧୩ ଜଣ ଲିଡ୍ ରୋଲ କରିଥିଲେ। ଏଥିରେ ୩୦୦ ପିଲା ଅଂଶଗ୍ରହଣ କରିଥିଲେ।
ଗତ ବର୍ଷ ଏହି ଭିଡିଓକୁ ରାଜ୍ୟ ସରକାର ଉଚ୍ଚ ପ୍ରଶଂସା କରିଥିବା ବେଳେ ଓଡ଼ିଶା ସଡ଼କ ପରିବହନ ସୁରକ୍ଷା ପରିବହନ ତରଫରୁ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ମିଳିଥିଲା। ଏବେ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଏହାକୁ ପ୍ରଶଂସା କରିବା ଏହା ସମଗ୍ର ଦେଶବାସୀଙ୍କୁ ଆକୃଷ୍ଟ କରିପାରିଛି। କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଲୋକ ଏହି ଭିଡ଼ିଓଟିକୁ ପସନ୍ଦ କରିଛନ୍ତି ।
ଏହି ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଗୀତଟିର ସଙ୍ଗୀତ ନିର୍ଦେଶକ ଥିବା ବେଳେ ଭିଡ଼ିଓର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ବିଦ୍ୟାଳୟ ଶିକ୍ଷକ ବିଭୁ ପ୍ରସାଦ ସାହୁ ଏହି ଗୀତ ରଚନା କରିଛନ୍ତି । ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି । ଗୀତ ମାଧ୍ୟମରେ ସଡକ ସୁରକ୍କ୍ଷାର ସମସ୍ତ ନିୟମ ବିଷୟରେ ସୂଚନା ଦେଇ ସଚେତନତା କରିଛନ୍ତି ଛାତ୍ରଛାତ୍ରୀ ।
ଏହି ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଗୀତଟିର ସଙ୍ଗୀତ ନିର୍ଦେଶକ ଥିବା ବେଳେ ଭିଡ଼ିଓର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ବିଦ୍ୟାଳୟ ଶିକ୍ଷକ ବିଭୁ ପ୍ରସାଦ ସାହୁ ଏହି ଗୀତ ରଚନା କରିଛନ୍ତି । ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି ।
ଏହି ଗୀତର ସଙ୍ଗୀତକାର ତଥା ଶିକ୍ଷକ ବିଭୁପ୍ରସାଦ ସାହୁ କହିଛନ୍ତି, ଖୁବ୍ ଖୁସି ଲାଗୁଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିବାରୁ ଧନ୍ୟବାଦ ଦେବି। ସମସ୍ତେ ଏହି ନିୟମ ପାଳନ କରୁ ନ ଥିବାରୁ ଦୁର୍ଘଟଣା ହେଉଛି। ଯେଉଁଦିନ ଦେଶ ସାରା ସମସ୍ତେ ଟ୍ରାଫିକ ନିୟମ ମାନିବେ ଅଧିକ ଖୁସି ହେବି।
କୁରେଶ ଚନ୍ଦ୍ର ସାହୁ,ନିର୍ଦ୍ଦେଶକ କହିଛନ୍ତି, ଆମେ ନିଜ ତରଫରୁ ସଚେତନ ହେବା। ଲୋକଙ୍କୁ ସଚେତନ କରାଇବା। ଗତ ବର୍ଷ ଓଡ଼ିଶା ସଡ଼କ ପରିବହନ ସୁରକ୍ଷା ପରିବହନ ତରଫରୁ ୫୦ ହଜାର ପୁରସ୍କାର ମିଳିଥିଲା। ଏବେ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ଯୋଗୁ ଏହା ସମଗ୍ର ଦେଶବାସୀଙ୍କୁ ଆକୃଷ୍ଟ କରିପାରିଛି।
କେହି ଜଣେ ଆପଣଙ୍କ ବାଟକୁ ଚାହିଁ ରହିଛି। ତେଣୁ ଯେତେବେଳେ ବାହାରକୁ ଯାଉଛନ୍ତି, ଗାଡ଼ି ଚଲାଉଛନ୍ତି, ହେଲମେଟ ବ୍ୟବହାର କରନ୍ତୁ। ଟ୍ରାଫିକ ନିୟମ ପାଳନ କରନ୍ତୁ। ନିଜେ ଆପଣ ନିଜ ଜୀବନକୁ ରକ୍ଷା କରିପାରିବେ। ଫଳରେ ଆପଣଙ୍କ ପରିବାରର କିଛି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ।
The post କେନ୍ଦ୍ର ମନ୍ତ୍ରୀଙ୍କୁ ଛୁଇଁଗଲା ନୟାଗଡ଼ ଛାତ୍ରଛାତ୍ରୀଙ୍କ ଟ୍ରାଫିକ ସଚେତନା ଭିଡିଓ appeared first on Odisha Reporter.
from Odisha Reporter https://ift.tt/39LjEd2
No comments:
Post a Comment