ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ‘ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ‘ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର’

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ିବା ପରେ ଚେତିଛନ୍ତି ରାଜ୍ୟ ସରକାର। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ରାଜ୍ୟରେ ବାରମ୍ବାର ସେତୁ ଭୁଶୁଡ଼ିବା ଯୋଗୁ ଧନଜୀବନ ହାନୀ ହେଉଥିବା ବେଳେ ଏଥର କିନ୍ତୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଉନ୍ନୟନ କମିଶନର ପ୍ରଦୀପ ଜେନା ତୁରନ୍ତ ସଂପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଗିରଫ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଓ ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେବା ସହ  ତଦନ୍ତ କରିବାକୁ କହିଛନ୍ତି  ଉନ୍ନୟନ କମିଶନର ।

 

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ହଠାତ୍ ପୋଲଟି ଭୁଶୁଡ଼ି ପଡିଥିଲା। ପୋଲଟି ଭୁଶୁଡ଼ି ପଡିବାରୁ ଉକ୍ତ ସମୟରେ ସ୍ଲାବ୍‌ କାର୍ଯ୍ୟ କରୁଥିବା ୧୪  ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇପଡ଼ିଥିଲେ। ମୃତକଜଣକ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ମହେନ୍ଦ୍ର ମାଳି। ସେ ସେଠାରେ ଉପସ୍ଥିତି ଥିବା ବେଳେ ହଠାତ୍‌ ପୋଲଟି ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଥିଲେ।

ଅନ୍ୟ ୪ ଆହତଙ୍କୁ ଉଦ୍ଧାର କରି  ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

 ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୋରାପୁଟରୁ ୨୦ ଜଣିଆ ଓଡ୍ରାଫ୍ ଟିମ୍ ଗତକାଲି ମଧ୍ୟ ରାତ୍ରରେ ଘଟଣାସ୍ଥଳରେ ପହଞ୍ଚିଥିଲା।   ଏହାପରେ ଉମରକୋଟ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ମିଳିତ ଅପରେସନରେ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଭଗ୍ନାବଶେଷ ତଳୁ ଆଉ କେହି ମିଳି ନ ଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଛି । 

ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଚିନ୍ତାବ୍ୟକ୍ତ କରିବା ସହ ସେ ଆହତଙ୍କ ଆଶୁ ଆରୋଗ୍ୟ ଓ ମୃତକଙ୍କ ଅମରାତ୍ମାର ସଦଗତି କାମନା କରିଛନ୍ତି।

ସୂଚନା ଅନୁଯାୟୀ ୨୦୧୮ ମସିଆରେ ଭୁବନେଶ୍ୱରର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍ ଲୁହା ରଡ଼୍‌ରେ ଚାପି ହୋଇ  ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତା ପୂର୍ବରୁ  ୨୦୧୭ ସେପ୍ଟେମ୍ବର ୧୦  ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍  ଓଭରବ୍ରିଜ୍ ।  ଏହି ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।

ସୁନାବେଡ଼ାରୁ ଆସିଥିବା ସୁପରିଣ୍ଟେଣ୍ଟେଣ୍ଟ ଇଞ୍ଜିନିୟର ପ୍ରଦୀପ ଜେନା କହିଛନ୍ତି, ସେଣ୍ଟ୍ରି  ଫେଲ୍‌ ମାରିବାରୁ ଏପରି ଅଘଟଣ ଘଟିଛି।   ଏହାର ମାନ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି। ଯାଞ୍ଚ ପରେ ପ୍ରକୃତ କାରଣ ଜଣାପଡ଼ିବ।

The post ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ‘ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର’ appeared first on Odisha Reporter.



from Odisha Reporter https://ift.tt/3i93IFm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages