ଚେନ୍ନାଇ: ଝିଅକୁ ଏମବିବିଏସ ପଢ଼ାଇବା ପାଇଁ ମାର୍କସିଟ୍ ଜାଲିଆତି କରି ଗିରଫ ହୋଇଛନ୍ତି ଡାକ୍ତର ବାପା। ଅଭିଯୁକ୍ତ ଜଣଙ୍କ ଚେନ୍ନାଇ ଦାନ୍ତ ଡାକ୍ତର। ତାଙ୍କ ନାମ ବାଲଚନ୍ଦ୍ରନ। ମେଡିକାଲ କାଉନସେଲିଂ ବେଳେ ଝିଅର ଜାଲ୍ ମାର୍କସିଟ୍ ଦେଖାଇଥିବା ଅଭିଯୋଗ ରହିଛି।
ଚେନ୍ନାଇର ଏହି ଅଭିଯୁକ୍ତ ଡାକ୍ତର ବାଲଚନ୍ଦ୍ରନ ନଭେମ୍ବର ୩୦ରେ ପେରିଆମେଟର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆଡମିଶନ ପାଇଁ ଝିଅକୁ ନେଇ ସାଙ୍ଗରେ ଯାଇଥିଲେ। ହାତରେ NEET ମାର୍କସିଟ୍ ଧରିଥିଲେ। ମେଡିକାଲ କାଉନସେଲିଂ ସମୟରେ ଏମବିବିଏସ ସିଟ୍ ପାଇବା ପାଇଁ ବଲାଚନ୍ଦ୍ରନ ଏବଂ ତାଙ୍କ ଝିଅ ଜାଲ୍ ମାର୍କସିଟ୍ ଦେଖାଇଥିବା ଜଣାପଡ଼ିଥିଲା। ଆଉ ଜଣେ ଛାତ୍ର ମଧ୍ୟ ଆବଶ୍ୟକ ଦସ୍ତାବିଜ ଦେଖାଇବାରୁ ସେ ଆଡମିଶନ ପାଇବା ପାଇଁ ଯୋଗ୍ୟ ବୋଲି ଦାବି କରିଥିଲା। ଦୁଇ ଜଣ ଗୋଟିଏ ସିଟ୍ ପାଇଁ ଦାବି କରିବା ପରେ ମେଡିକାଲ କାଉନସିଲରେ ଉପସ୍ଥିତ ଥିବା ଅଧିକାରୀ ସମସ୍ତଙ୍କର ସାର୍ଟିଫିକେଟ୍ ଯାଞ୍ଚ କରିଥିଲେ। ପରେ ଜଣାପଡ଼ିଥିଲା ବାଲଚନନ୍ଦ୍ରନ ଏବଂ ତାଙ୍କ ଝିଅ ନକଲି ମାର୍କସିଟ୍ ଦେଖାଇଛନ୍ତି।
ସାର୍ଟିଫିକେଟ୍ ଯାଞ୍ଚ ବେଳେ ବାଲଚନ୍ଦ୍ରନଙ୍କ ଝିଅ ୨୭ ମାର୍କ ରଖିଥିଲେ ହେଲେ ସେ ନକଲି ମାର୍କସିଟ୍ ତିଆରି କରି ୨୭କୁ ୬୧୦ କରି ଦେଇଥିଲେ। ଏହାପରେ କାଉନସେଲିଂ ସେଣ୍ଟରର ଅଧିକାରୀମାନେ ବାପ, ଝିଅକୁ ଚେତାବନୀ ଦେଇ ଛାଡ଼ିଦେଇଥିଲେ।
ଏହାପରେ ଏମବିବିଏସ ଆଡମିଶନ ଦାୟିତ୍ୱରେ ଥିବା ବୋର୍ଡ ପେରିମେଟ ପଲିସରେ ଏକ ଏତଲା ଦେଇଥିଲା। ଆଉ ଜାଲ୍ ମାର୍କସିଟ୍ ପ୍ରସ୍ତୁତ କରିଥିବା ଅଭିଯୋଗରେ ପୁଲିସ ବାପ, ଝିଅ ନାମରେ ମାମଲା ରୁଜୁ କରିଥିଲା। ଏହାପରେ ପୁଲିସ ବାପ, ଝିଅକୁ ତିନି ଥର ସମନ ପଠାଇଥିଲା। ହେଲେ ଦୁହେଁ ସମନର ଜବାବ ଦେଇନଥିଲେ।
ଜେଲରୁ ବର୍ତ୍ତିବା ପାଇଁ ଗତ ଶୁକ୍ରବାର (ଜାନୁଆରୀ ୧) ବାଲଚନ୍ଦ୍ରନ କୋର୍ଟରେ ଜାମିନ୍ ଆବେଦନ କରୁଥିବା ବେଳେ ପୁଲିସ ଗିରଫ କରିଥିଲା। ଏବେ ତାଙ୍କ ଝିଅକୁ ପୁଲିସ ଖୋଜୁଛି। ବାଲାଚନ୍ଦ୍ରନଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ ରିମାଣ୍ଡରେ ନେଇଛି ପୁଲିସ। ଏହି ଜାଲ୍ ସାର୍ଟିଫିକେଟ ନିଜ ଦ୍ୱାରା ପ୍ରସ୍ତୁତ ହୋଇଛି ନା ଏକ ରାକେଟ୍ କାମ କରୁଛି ସେ ବାବଦରେ ପୁଲିସ ଖୋଳତାଡ କରୁଛି।
The post ଝିଅର ମାର୍କ ଜାଲିଆତି କରି ଡାକ୍ତର ଗିରଫ appeared first on Odisha Reporter.
from Odisha Reporter https://ift.tt/386iOYM
No comments:
Post a Comment