ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୮୩ରେ ପହଞ୍ଚିଯାଇଛି।
ସମସ୍ତ ମୃତକ ପୁରୁଷ। ସେମାନଙ୍କ ମଧ୍ୟରୁ ଜଣେ ବଲାଙ୍ଗିର ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ସେ ଡାଇବେଟିସ୍ ଜନିତ ସମସ୍ୟାରେ ବି ପୀଡ଼ିତ ଥିଲେ।
ଗଞ୍ଜାମ ଜିଲ୍ଲାରୁ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେ ଡାଇବେଟିସ୍ ଜନିତ ସମସ୍ୟା ମଧ୍ୟ ଥିଲା।
ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୭ରେ ପହଞ୍ଚିଥିବା ବେଳେ ବଲାଙ୍ଗିରରେ ୪୧ ଓ ସୁନ୍ଦରଗଡ଼ରେ ୧୬୭ରେ ପହଞ୍ଚିଛି।
ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୧୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ ହୋଇଛି। ସେମାନଙ୍କ ମଧ୍ୟରୁ ୩,୨୫,୯୬୫ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୪୦୮ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନାରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ୩୨୬ ଜଣଙ୍କର ଜୀବନ ଯାଇଛି।
2.A 57-year-old male of Ganjam district who was also suffering from Diabetes Mellitus & Hypertension.
3.A 58-year-old male of Sundargarh district who was also suffering from Diabetes Mellitus.
— H & FW Dept Odisha (@HFWOdisha) January 3, 2021
The post ବଲାଙ୍ଗିରର ୪୦ ବର୍ଷୀୟ ଯୁବକଙ୍କ ସମେତ ୩ ଜଣଙ୍କ ଜୀବନ ନେଲା କରୋନା appeared first on Odisha Reporter.
from Odisha Reporter https://ift.tt/2MuRtqT
No comments:
Post a Comment