ନିଆଳି(ଓଡ଼ିଶା ରିପୋର୍ଟର): ୮ ଦିନ ତଳେ ଅବସର ନେଇଥିଲେ ଭିଏଲଡବ୍ଲ୍ୟୁ ତ୍ରିଲୋଚନ ସାହୁ। ମାତ୍ର ଆଜି ସକାଳୁ ବିଚ୍ ରାସ୍ତାରେ ତାଙ୍କୁ ମାଡ଼ ମାରି ଘୋଷାରି ଘୋଷାରି ନେଉଥିଲେ ଜଣେ ମହିଳା। ୨୦ ହଜାର ଟଙ୍କା ଲାଞ୍ଚ ଦେଇ ବି ଘର ନ ମିଳିବାରୁ ମହିଳାଜଣକ ଏପରି ଚରମ ପନ୍ଥା ଗ୍ରହଣ କରିଥିବା କହିଥିଲେ। ଅନ୍ୟମାନେ ଦେଖଣାହାରୀ ସାଜିଥିଲେ ମଧ୍ୟ କେହି ଘଟଣାର ମିମାଂସା କରିବାକୁ ଆଗେଇ ଆସି ନ ଥିଲେ। ଏପରି ଘଟଣା ଘଟିଛି ନିଆଳି ଥାନା ୬୦ ନମ୍ୱର ରାଜ୍ୟ ରାଜପଥର ନିଆଳି ବଜାର ବିଚ୍ ରାସ୍ତାରେ ।
ସୂଚନାଯୋଗ୍ୟ, ନିଆଳି ପଞ୍ଚାୟତର ୧୦ ନମ୍ୱର ୱାର୍ଡର ପୂର୍ବତନ ୱାର୍ଡ ସଭ୍ୟା ହାଜୋ ବିବି ଆଜି ସକାଳ ୭ଟାରେ ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁ ତ୍ରିଲୋଚନ ସାହୁଙ୍କୁ ଘୋଷାଡ଼ି ନେଇଥିଲେ। ସରକାରୀ ଆବାସ ଯୋଗାଇ ଦେବାପାଇଁ ହାଜୋଙ୍କଠାରୁ ଭିଏଲଡବ୍ଲ୍ୟୁ ତ୍ରିଲୋଚନ ସାହୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଆଉ ଘର କରାଇ ନଥିବା ଅଭିଯୋଗ କରିଥିଲେ ।
ହାଜୋ ବିବି କହିଛନ୍ତି ଏଠାରେ ଉପଯୁକ୍ତ ହିତାଧିକାରୀଙ୍କୁ ଇନ୍ଦିରା ଆବାସ ମିଳୁନି। ହେଲେ ଯାହାର କୋଠା ଅଛି ତାଙ୍କୁ କୋଠା ମିଳୁଛି। ଭିଏଲଡବ୍ଲ୍ୟୁ ଏଠାରେ ଟଙ୍କା ନେଇ ଘର କରାଇ ଦେଉଛନ୍ତି। ମୋତେ ଘର ପାଇଁ ଲକ୍ଷେ ୯୫ ହଜାର ଟଙ୍କା ମିଳିବ ବୋଲି କହି ମୋଠାରୁ ୨୦ ହଜାର ଟଙ୍କା ନେଲେ। ଏହାପରେ ଗତ ୩୦ ତାରିଖରେ ମୁଁ ପଚାରିବାରୁ ୪୫ ହଜାର ପାଇଯାଉଛି ବୋଲି କହିଲେ। ଗୋଚର ଜମିରେ ଦେଇହେବନି ଘର ବୋଲି କହିଲେ।
ହେଲେ ଏହି ସମସ୍ତ ଅଭିଯୋଗକୁ ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁ ତ୍ରିଲୋଚନ ସାହୁ ଖଣ୍ଡନ କରିଛନ୍ତି।
The post ୮ ଦିନ ତଳେ ଅବସର ନେଇଥିଲେ ଭିଏଲଡବ୍ଲ୍ୟୁ, ବିଚ୍ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଲେ ମହିଳା appeared first on Odisha Reporter.
from Odisha Reporter https://ift.tt/2Xir5T8
No comments:
Post a Comment