ଯାଜପୁର (ଗୁଲାମ ଗସ): ମର୍ଣ୍ଣିଂ ୱାକ୍ କରିବାକୁ ଯାଇଥିଲେ। ହେଲେ ଚଢ଼ିଗଲା ଟ୍ରକ୍। ଆଉ ଚାଲିଗଲା ଜୀବନ। ଆଜି ସକାଳୁ ସକାଳୁ ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ।
ମୃତ ଯୁବତୀଙ୍କ ନାଁ ବର୍ଷାରାଣୀ ଜେନା। ତାଙ୍କୁ ୧୭ ବର୍ଷ ହୋଇଥିଲା। ବାରୁଆଁ ଗାଁର ବର୍ଷାରାଣୀ ତାଙ୍କ ସାଙ୍ଗ ମାନଙ୍କ ସହ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। ତେବେ ଏକ ଚିପ୍ସ ବୋଝେଇ ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକ୍ଟି ତାଙ୍କୁ ପଛପଟୁ ଧକ୍କା ଦେଇ ଚଢ଼ିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ପ୍ରାୟ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ସଦର ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
The post ମର୍ଣ୍ଣିଂ ୱାକ୍ ବେଳେ ଯୁବତୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3bhuzxl
No comments:
Post a Comment