ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଣି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା। ଛକରେ ଚା’ ପିଉ ପିଉ ଗୁଳି ମାଡ଼ରେ ଟଳି ପଡ଼ିଲେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ। ଆଜି ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦେବରାଜ ସୁମଣ୍ଡଳ ଛକକୁ ଚା’ ପିଇବାକୁ ଯାଇଥିଲେ। ହଠାତ୍ ୩ ଦୁର୍ବୃତ୍ତ ଏକ ବାଇକ୍ରେ ପହଞ୍ଚି ଦେବରାଜଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ ଦେବରାଜ। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
The post ଚା’ ପିଉ ପିଉ ଫୁଟିଲା ଗୁଳି, ଟଳି ପଡ଼ିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ appeared first on Odisha Reporter.
from Odisha Reporter https://ift.tt/3qyrn4U
No comments:
Post a Comment