ମୁମ୍ବାଇ: ଶେଷରେ ମାନିଗଲେ ବଲିଉଡର ଭାଇଜାନ ସଲମାନ ଖାନ। ରଖିଲେ ଥିଏଟର ମାଲିକଙ୍କ ଅନୁରୋଧ। ଏଥିସହ ନିଜ ପ୍ରଶଂସକଙ୍କ ପାଇଁ କଲେ ବଡ଼ ଘୋଷଣା। ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ସିନେମା ହଲରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’। ଏନେଇ ନିକଟରେ ସଲମାନ ଘୋଷଣା କରିଛନ୍ତି। ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଫିଲ୍ମ ‘ରାଧେ’ର ରିଲିଜ ଡେଟ୍ ଘୋଷଣା କରି ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛନ୍ତି ଦବଙ୍ଗ ଖାନ।
ସଲମାନ ଖାନ୍ କହିଛନ୍ତି, ତାଙ୍କ ଫିଲ୍ମ ଇଦରେ ସିନେମା ଘରେ ରିଲିଜ ହେବ । କରୋନା ମହାମାରୀ ଯୋଗୁଁ ଅନେକଗୁଡିଏ ବଡ ବଡ ଫିଲ୍ମ ଏବେ ଓଟିଟି ପ୍ଲାଟଫର୍ମ ଆଡକୁ ମୁହାଁଇଛି। ଏଭଳି ସ୍ଥିତିରେ ସିନେମା ଘରର ମାଲିକମାନେ କହିଛନ୍ତ, ଅନ୍ତତଃ ସଲମାନଙ୍କ ଫିଲ୍ମ ସିନେମା ଘରେ ରିଲିଜ ହେବା କଥା । ଏନେଇ ବିଭିନ୍ନ ରାଜ୍ୟର ଥିଏଟର ମାଲିକମାନେ ସଲମାନଙ୍କୁ ଅନୁରୋଧ କରିଥିଲେ। ଏବେ ସଲମାନ ହଲ୍ ମାଲିକଙ୍କ ଅନୁରୋଧ ରକ୍ଷା କରି ଫିଲ୍ମ ‘ରାଧେ’କୁ ସିନେମା ଘରେ ରିଲିଜ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
#Radhe pic.twitter.com/0VMAbeqGyV
— Salman Khan (@BeingSalmanKhan) January 19, 2021
ସଲମାନ କହିଛନ୍ତି, ଥିଏଟର ମାଲିକଙ୍କୁ ଉତ୍ତର ଦେବାକୁ ଟିକେ ସମୟ ଲାଗିଲା, ସେଥିପାଇଁ ମୁଁ ଦୁଃଖିତ। କରୋନା ମହାମାରୀ ଭିତରେ ଥିଏଟର ମାଲିକ ଏବଂ କର୍ମଚାରୀମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ସହାୟତା କରିବା ପାଇଁ ଫିଲ୍ମ ‘ରାଧେ’କୁ ସିନେମା ଘରେ ରିଲିଜ କରିବାକୁ ଚାହୁଁଛି । ତେବେ ଆଶା କରୁଛି କରୋନାକୁ ଦୃଷ୍ଟିରେ ରଖି ‘ରାଧେ’ ଦେଖିବାକୁ ଆସୁଥିବା ପ୍ରଶଂସକଙ୍କ ଅଧିକ ଯତ୍ନ ନିଆଯିବ ଏବଂ କରୋନା କଟକଣାକୁ ପାଳନ କରାଯିବ ବୋଲି ସଲମାନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆସନ୍ତା ଇଦ୍ ଅବସରରେ ଫିଲ୍ମ ‘ରାଧେ’ ରିଲିଜ ହେବ । ଏହି ଫିଲ୍ମର ଲିଡ୍ ରୋଲରେ ସଲମାନ ଖାନ ଥିବାବେଳେ ତାଙ୍କ ଅପୋଜିଟରେ ଦିଶା ପଟାନି ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଜ୍ୟାକି ସ୍ରଫ, ରଣଦୀପ ହୁଡ୍ଡା ଓ ମେଘା ଆକାଶଙ୍କୁ ଦେଖିବାକୁ ମିଳିବ। ପ୍ରଭୁଦେବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି।
The post ମାନିଗଲେ ଭାଇଜାନ, କଲେ ବଡ଼ ଘୋଷଣା appeared first on Odisha Reporter.
from Odisha Reporter https://ift.tt/39PYHNV
No comments:
Post a Comment