ସାର୍‌ରୁ ମ୍ୟାଡମ୍‌ ପାଲଟିଲେ କରୀନା-କ୍ୟାଟ୍ରିନାଙ୍କ ଫ୍ୟାଶନ ଡିଜାଇନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ସାର୍‌ରୁ ମ୍ୟାଡମ୍‌ ପାଲଟିଲେ କରୀନା-କ୍ୟାଟ୍ରିନାଙ୍କ ଫ୍ୟାଶନ ଡିଜାଇନର

ମୁମ୍ବାଇ: ସାର୍‌ରୁ ମ୍ୟାଡମ୍‌ ପାଲଟିଲେ ବଲିଉଡର ଟପ୍‌ ଫ୍ୟାଶନ ଡିଜାଇନର ସ୍ବପ୍ନିଲ ସିନ୍ଦେ। ବଲିଉଡର ନାମୀଦାମୀ ଅଭିନେତ୍ରୀ କରୀନା କପୁର, କ୍ୟାଟ୍ରିନା କୈଫ୍‌, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମାଙ୍କ ଫ୍ୟାଶନ ଡିଜାଇନର ସ୍ବପ୍ନଲି ଏବେ ଟ୍ରାନ୍ସୱୁମେନ ପାଲଟିଛନ୍ତି। ଲିଙ୍ଗ ପରିବର୍ତ୍ତନ କରି ଟ୍ରାନ୍ସୱୁମେନ ପାଲଟିଥିବା ନେଇ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସ୍ବପ୍ନିଲରୁ ସେ ସାୟଶା ହୋଇଥିବା କହିଛନ୍ତି।


ସୋଶାଲ ମିଡିଆରେ ତାଙ୍କର କିଛି ଫଟୋ ସହ ଏକ ଲମ୍ବା ଚଉଡା ଇମୋସାନଲ ପୋଷ୍ଟ କରି ନିଜ ଲିଙ୍ଗ ପରିବର୍ତ୍ତନ କରିଥିବା କଥା କହିଛନ୍ତି ସ୍ବପ୍ନିଲ। ସେ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲେ। ଏଥିପାଇଁ ତାଙ୍କୁ ପିଲାଦିନେ ସ୍କୁଲ ଏବଂ କଲେଜରେ ପୁଅମାନେ ହଇରାଣ କରୁଥିଲେ। ଏହାକୁ ନେଇ ସେ ସର୍ବଦା ଦୁଃଖି ରହୁଥିଲେ। ୨୦ ବର୍ଷ ହେବା ପରେ ସେ ନିଜର ବାସ୍ତବତାକୁ ସ୍ବୀକାର କରିଥିଲେ । ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଥିବାରୁ ନିଜକୁ ଗେ’ ବୋଲି ଭାବୁଥିଲେ। ହେଲ ୬ ବର୍ଷ ପୂର୍ବେ ସେ ଜଣେ ଟ୍ରାନ୍ସୱୁମେନ ବୋଲି ଜାଣିପାରିଥିଲେ । ପରେ ଜୀବନର ଏହି ସତ୍ୟକୁ ସ୍ବୀକାର କରିଥିବା କହିଛନ୍ତି ବଲିଉଡର ଏହି ଫ୍ୟାଶନ ଡିଜାଇନର ଜଣକ। ସେ ଆହୁରି କହିଛନ୍ତି ଯେ, ଗତ ମାସେ ହେଲା ତାଙ୍କ ଟିମ୍‌ ଏବେ ତାଙ୍କୁ ସମ୍ମାନର ସହ ସାର୍‌ ବଦଳରେ ମ୍ୟାଡମ ଡାକିବା ଆରମ୍ଭ କରିଦେଇଛନ୍ତି।


ସ୍ବପ୍ନିଲଙ୍କ ଏହି ସାହସ ପାଇଁ ବି-ଟାଉନର ଅନେକ ସେଲିବ୍ରିଟି ତାଙ୍କୁ ସପୋର୍ଟ କରିଛନ୍ତି। ଅଭିନେତ୍ରୀ ସନ୍ନି ଲିଓନୀ ସାୟଶାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, ତୁମକୁ ନେଇ ଆମେ ବର୍ଗ କରୁଛୁ। ତୁମକୁ ଅନେକ ଶୁଭେଚ୍ଛା ବୋଲି ସେ କହିଛନ୍ତି। ଏଥିସହ ପରିଣତି ଚୋପ୍ରା ଏବଂ ଅଦିତି ରାଓ ହେଦରୀ ମଧ୍ୟ ସାୟଶାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି।

The post ସାର୍‌ରୁ ମ୍ୟାଡମ୍‌ ପାଲଟିଲେ କରୀନା-କ୍ୟାଟ୍ରିନାଙ୍କ ଫ୍ୟାଶନ ଡିଜାଇନର appeared first on Odisha Reporter.



from Odisha Reporter https://ift.tt/393YcQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages