ନକଲି କୋ-ଓ୍ୱିନ୍ ଆପକୁ ସାବଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ନକଲି କୋ-ଓ୍ୱିନ୍ ଆପକୁ ସାବଧାନ

ନୂଆଦିଲ୍ଲୀ: ଯେଉଁମାନେ କରୋନା ଟିକା ନେବେ ସେମାନଙ୍କୁ କୋ-ଓ୍ୱିନ୍ ଆପରେ ପଞ୍ଜିକରଣ କରିବାକୁ ହେବ। ଟିକାକରଣକୁ ସରଳୀକରଣ କରିବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିୟମ କରିଛନ୍ତି। ଏବେ ଏହାର ସୁଯୋଗ ନେଇ ଗୁଗୁଲ ପ୍ଲେ ଷ୍ଟୋରରେ ଅନେକ କୋ-ଓ୍ୱିନ୍ ଆପ୍ ଦେଖିବାକୁ ମିଳିଛି। ଏହି ସବୁ ଆପକୁ ମୋବାଇଲରେ ଇନଷ୍ଟଲ ନକରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ବୁଧବାର ଲୋକଙ୍କୁ ଆପ୍ ଷ୍ଟୋରରେ ଉପଲବ୍ଧ ‘କୋ-ୱିନ୍’ ନାମରେ ଥିବା ନକଲି ଆପ୍ ଡାଉନଲୋଡ୍ ନକରିବାକୁ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି ଯେ କିଛି ଅସାମାଜିକ ଲୋକ ‘କୋ-ୱିନ୍’ ଆପର ଅଫିସିଆଲ୍ ପ୍ଲାଟଫର୍ମ ପରି ଏକ ଆପ୍ ତିଆରି କରି ପ୍ଲେ ଷ୍ଟୋର୍‌ରେ ଅପଲୋଡ କରିଛନ୍ତି। ତେଣୁ ଏହି ନକଲି ଆପକୁ ଡାଉନଲୋଡ୍ କରନ୍ତୁ ନାହିଁ କିମ୍ବା ଏଥିରେ ବ୍ୟକ୍ତିଗତ ସୂଚନା ଶେୟାର କରନ୍ତୁ ନାହିଁ।

The post ନକଲି କୋ-ଓ୍ୱିନ୍ ଆପକୁ ସାବଧାନ appeared first on Odisha Reporter.



from Odisha Reporter https://ift.tt/3hNWA0O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages