୭ ଜାନୁଆରୀ, ଗୁରୁବାର: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

୭ ଜାନୁଆରୀ, ଗୁରୁବାର: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ

ମେଷ: ଶରୀର ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ନୂତନ ବନ୍ଧୁ ପାଇ ଖୁସି ହେବେ। ଛାତ୍ରଛାତ୍ରୀ ମାନେ ପଢ଼ାପଢ଼ିରେ ମନ ଦେବେ। ପ୍ରତିକାର– ପିତାମାତାଙ୍କ ପାଦ ସ୍ପର୍ଶକରି ପ୍ରଣାମ କରନ୍ତୁ।

ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ପ୍ରତିକାର– ଶ୍ରୀଗଣେଶଙ୍କ ନିକଟରେ ସାତଟି ରାଶି ଲଡ଼ୁ ଭୋଗ କରନ୍ତୁ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବରେ ସଂପନ୍ନ ହେବ। ଧନହାନି ସହିତ ପ୍ରାଣପୀଡ଼ା ଯୋଗ ରହିଛି। ନିଜ ଲୋକମାନେ ଧୋକା ଦେବେ। ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେଇପାରେ। ପ୍ରତିକାର– ଓଦାବସ୍ତ୍ର ପିନ୍ଧି ତୁଳସୀ ଗଛ ମୂଳରେ ଜଳ ପ୍ରଦାନ କରନ୍ତୁ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। ବିଳମ୍ବ ହେଉଥିବା କାର୍ଯ୍ୟଟି ଆଜି ସଂପନ୍ନ ହେବ। ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରତିକାର– କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ସିଂହ: ବକେୟା ଅର୍ଥ ହସ୍ତଗତ ହେବ। ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ସନ୍ତାନମାନେ ଆପଣଙ୍କ କଥା ମାନିବେ। ମନ ପ୍ରଫୁଲ୍ଲ ରହିବ। ପ୍ରତିକାର– ସୂର୍ଯ୍ୟ ନାରାୟଣଙ୍କୁ ସାତ ଆଞ୍ଜୁଳା ଜଳ ପ୍ରଦାନ କରନ୍ତୁ।

କନ୍ୟା: ସମାଜରେ ମାନସମ୍ମାନ ବଢ଼ିବ। ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କର ପଦୋନ୍ନତି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀ ମାନଙ୍କର ସାହାଯ୍ୟ ମିଳିବ। ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର– ଶ୍ରୀଗଣେଶଙ୍କ ନିକଟରେ ସାତଟି ପାନପତ୍ର ଚଢ଼ାନ୍ତୁ।

ତୁଳା: ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ଘରେ ସୁଖଶାନ୍ତି ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ସୁଯୋଗ ପାଇବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିବେ। ପ୍ରତିକାର- ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ବିଛା: ଜମିଜମା ସମସ୍ୟାରେ ପଡ଼ିପାରନ୍ତି। ଖାଦ୍ୟପେୟରେ ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ପ୍ରତିକାର– ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ। ତେଣୁ ଜଗିରଖି ଚଳନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଦେଖାଯିବ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ମର୍ମାହତ ହେବେ। ପ୍ରତିକାର– ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ।

ମକର: ଦାମ୍ପତ୍ୟ ଜୀବନ ମଧୁମୟ ହେବ। ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ପାଇବେ। ପ୍ରତିକାର- ସାତଟି ଲବଙ୍ଗ ନିଜ ପାଖରେ ରଖନ୍ତୁ।

କୁମ୍ଭ: ଗୁପ୍ତଶତ୍ରୁମାନେ ପରାଜିତ ହେବେ। ଫଳରେ ମାନସିକ ଶାନ୍ତି ଲାଭ କରିବେ। ବନ୍ଧୁ ଓ ଆତ୍ମୀୟ ମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାର- ଅଶ୍ୱତ୍‌ଥ ଗଛମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ।

ମୀନ: ଆର୍ଥିକ ଓ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ନଚେତ୍ ସମସ୍ୟାରେ ପଡ଼ିପାରନ୍ତି। ଅଣ୍ଟା, ପେଟ, କିମ୍ବା ପାଦରେ ପୀଡ଼ା ଅନୁଭବ କରିପାରନ୍ତି। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

The post ୭ ଜାନୁଆରୀ, ଗୁରୁବାର: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ appeared first on Odisha Reporter.



from Odisha Reporter https://ift.tt/2Xv6MlL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages