ହ୍ୱାଟସଆପ ନୋଟିଫିକେସନ, ଡାଟା ପ୍ରାଇଭେସି ନେଇ ସାରା ବିଶ୍ୱରେ ତର୍କ ବିତର୍କ ଚାଲିଥିବା ବେଳେ ଏବେ ଅନ୍ୟତମ ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହାଇକ୍’ ବନ୍ଦ ହୋଇଛି। ଭାରତରେ ତିଆରି ହୋଇଥିବା ଏହି ଆପ୍ ବନ୍ଦ ହେବା ବେଳକୁ ମୋଟ୍ ୟୁଜର ୧୦୦ ମିଲିଅନ୍ ଥିଲେ। ଏହି ଆପର ପ୍ରମୁଖ ଫିଚର ଥିଲା ଷ୍ଟ୍ରିକରିଂ ଓ ନୀତିବାଣୀ।
1/ We're going to start this new year with a bang @hikeapp!
Read on to know more about →
The evolution of HikeLand
Launch of a brand new product
One more thing— Kavin Bharti Mittal (@kavinbm) January 6, 2021
୨୦୧୨ରେ ଏହି ଆପ୍ ଲଞ୍ଚ ହୋଇଥିଲା। ଆରମ୍ଭରୁ ଏହି ଆପକୁ ଲୋକେ ଆଦୃତ କରିଥିଲେ ହେଲେ ହ୍ୱାଟସଆପର ଲୋକପ୍ରିୟତା ଆଗରେ ଏହି ଆପ କ୍ରମଶଃ ଦୁର୍ବଳ ହୋଇଯାଇଥିଲା। ଅଗଷ୍ଟ ୨୦୧୬ରେ ଏହି ଆପ୍ ୧୦୦ ମିଲିଅନ୍ ୟୁଜର ଛୁଇଁଥିଲା। ଭାରତରେ ଇଂରାଜୀ ସମେତ ମୋଟ୍ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ଥିଲା। ହେଲେ ଜାନୁଆରୀ ୬ରେ ଟ୍ୱିଟ୍ କରି ହାଇକର ସିଇଓ କଭିନ୍ ଭାରତୀ ମିତ୍ତଲ ଆପ୍ ବନ୍ଦ ନେଇ ସୂଚନା ଦେଇଥିଲେ। ଏବେ ଯେଉଁମାନଙ୍କର ହାଇକ୍ ଆପ୍ ରହିଛି ସେମାନେ ହ୍ୱାଟସଆପକୁ ତାଙ୍କ ଡାଟା ଶିଫ୍ଟ କରିପାରିବେ ବୋଲି କୋଭିନ୍ ସୂଚନା ଦେଇଛନ୍ତି।
୨୦୧୬ରେ ହାଇକ୍ ଆପର ୧୭୫ ମିଲିୟନ୍ ଡଲାରର ପୁଞ୍ଜି ନିବେଶ ହୋଇଥିଲା, କିନ୍ତୁ ହ୍ୱାଟସଆପ ଆଗରେ ଏହା ତିଷ୍ଠି ପାରିନଥିଲା। ଡିସେମ୍ବର ୨୦୧୯ ବେଳକୁ ହାଇକର ମାସିକ ୟୁଜର ୨ ମିଲିୟନ୍ ସକ୍ରିୟ ଥିଲେ ବୋଲି ଜଣାପଡ଼ିଛି।
The post ବନ୍ଦ ହେଲା ହାଇକ୍ ମେସେଞ୍ଜର appeared first on Odisha Reporter.
from Odisha Reporter https://ift.tt/2Kn8brk
No comments:
Post a Comment