ଦେଢ଼ ଶହ ତଳକୁ ଖସିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ଦେଢ଼ ଶହ ତଳକୁ ଖସିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ଚତୁର୍ଥ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମାତ୍ର ୧୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୫ଟି ହେଉଛି ଲୋକାଲ୍ କେସ୍‌।

୨୧ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯, ବରଗଡ଼ରୁ ୩, ବଲାଙ୍ଗିରରୁ ୩, ବୌଦ୍ଧରୁ ୨, କଟକରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୫, ମୟୂରଭଞ୍ଜରୁ ୪, ନୂଆପଡ଼ାରୁ ୧୧, ପୁରୀରୁ ୧୬, ସମ୍ବଲପୁରରୁ ୧୯ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ମାତ୍ର ଜଣେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରେ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

୧୩୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୪୪୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୨୯,୫୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ୧,୯୪୪ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ବରଗଡ଼ ଜିଲ୍ଲାର ବାସିନ୍ଦା ଥିଲେ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୦୧ରେ ପହଞ୍ଚି ଯାଇଛି। ସେହିପରି ଆଉ ଏକ ମୃତ୍ୟୁ ସହିତ ବରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୪୧ରେ ପହଞ୍ଚି ଯାଇଛି। ଏଯାବତ ଖୋର୍ଦ୍ଧାରେ ସର୍ବାଧିକ ୩୩୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୪୮, କଟକରେ ୧୪୦, ପୁରୀରେ ୧୧୭ ଓ ସୁନ୍ଦରଗଡ଼ରେ ୧୭୧ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଗତ ତିନି ଦିନରେ ଆସିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଯଥାକ୍ରମେ ୧୮୩, ୧୭୮ ଓ ୧୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

The post ଦେଢ଼ ଶହ ତଳକୁ ଖସିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ appeared first on Odisha Reporter.



from Odisha Reporter https://ift.tt/2LF97ba

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages