ଘରେ ହଳଦିଆ ରଙ୍ଗର ହଳଦୀ ଥିବା ଦେଖିଥିବେ କିନ୍ତୁ କେବେ କ’ଣ କଳା ରଙ୍ଗର ହଳଦୀ ବିଷୟରେ ଶୁଣଇଛନ୍ତି କି। ବେଶ କମ୍ ସ୍ଥାନରେ ହିଁ କଳା ହଳଦୀ ଦେଖିବାକୁ ମିଳେ। ଏହା ସାଧାରଣ ହଳଦୀଠାରୁ ମଧ୍ୟ ଅନେକ ଲଭାଦାୟ । ଆଣ୍ଟିବାୟୋଟିକ ରୂପେ ବ୍ୟବହାର ହେଉଥିବା ଏହି କଳା ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରେଦଶ, ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ଦୁର୍ଲଭ ହଳଦୀକୁ ବ୍ୟବହାର କରି କ୍ୟାନସର ଏବଂ ଆସ୍ଥାମ ଭଳି ରୋଗର ଉପଚାର କରାଯାଇଥାଏ।
-ଏହି ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି। ଏହାଦ୍ୱାରା ପୁରୁଣା ଅର୍ଥରାଇଟିସ ଯନ୍ତ୍ରଣାକୁ ଭଲ କରାଯାଇପାରେ। କେବଳ ସେତିକି ନୁହେଁ କୁଣ୍ଡେଇ ହେବା, ପେଟ ସମସ୍ୟା, ଅଲସର, କୋଲନ କ୍ୟାନସର, ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ ସହାୟକ ହୋଇଥାଏ।
-ଏହି କଳା ହଳଦୀକୁ ଅନେକ ଔଷଧ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଏ। ଆସ୍ଥମା, କ୍ୟାନସର, ଜ୍ୱର, ବ୍ରଣ, ଆଲର୍ଜି, ମାଇଗ୍ରେସନ, ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତଆରି କରାଯାଉଥିବା ମେଡିସିନରେ ଏହି ହଳଦୀର ବ୍ୟବହାର ହୁଏ।
-କଳା ହଳଦୀର ପତ୍ରକୁ ସୁଖାଇ ପାଉଡର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏଥିସହ ଅନେକ ରୋଗରୁ ମୁକ୍ତ ମିଳିଥାଏ।
-ଏହି ହଳଦୀର ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ତଥା ଗ୍ୟାସଟିକ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର ଶାଖାଗୁଡିକ କୋଲେଷ୍ଟ୍ରୋଲ କମ କରିବା ପାଇଁ ସହାୟତା କରିଥାଏ। ଏଥିପାଇଁ ଆୟୁର୍ବେଦ ଶାସ୍ତ୍ରରେ କଳା ହଳଦୀର ବିଶେଷ ଚାହିଦା ରହିଛି।
The post କ୍ୟାନସର୍ ଓ ଆସ୍ଥମା ଦୂର କରିବ କଳା ହଳଦୀ appeared first on Odisha Reporter.
from Odisha Reporter https://ift.tt/3bMe9gX
No comments:
Post a Comment