କାର୍ କିଣିବାକୁ ଭୁବନେଶ୍ୱର ଯାଉଥିଲେ, ଚଢ଼ିଗଲା କଣ୍ଟେନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 16, 2021

କାର୍ କିଣିବାକୁ ଭୁବନେଶ୍ୱର ଯାଉଥିଲେ, ଚଢ଼ିଗଲା କଣ୍ଟେନର

ଯାଜପୁର (ଅଭୟ ପତି): କାର୍ କିଣିବାକୁ ବାଇକ୍‌ରେ ଯାଉଥିଲେ ଭୁବନେଶ୍ୱର। ହେଲେ ବାଟରେ ଚଢ଼ିଗଲା କଣ୍ଟେନର। ଆଉ ଚାଲିଗଲା ଯୁବକଙ୍କ ଜୀବନ। ଶନିବାର ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ନିକଟରେ।

ମୃତ ଯୁବକଙ୍କ ନାଁ ଅଜିତ୍ ବିଶ୍ୱାଳ। ସେ ଆନ୍ଧ୍ର ବ୍ୟାଙ୍କର ବାଲେଶ୍ୱର ମୁଖ୍ୟ ଶାଖାରେ ଫିଲ୍ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା କୂପାରୀ ଥାନା ଅନ୍ତର୍ଗତ ଶୂଦ୍ୟମନ୍ଦିର ଗାଁରେ। ସେ ୪ ବର୍ଷ ତଳେ ବିବାହ କରିଥିଲେ ଓ ତାଙ୍କର ୪ ମାସର ଏକ ଶିଶୁପୁତ୍ର ଅଛି।

ସୂଚନା ଅନୁଯାୟୀ, ଅଜିତ୍ ନଗଦ ୪ ଲକ୍ଷ ଟଙ୍କା ଧରି କାର୍ କିଣିବା ପାଇଁ ଭୁବନେଶ୍ୱର ଯାଉଥିଲେ। ବ୍ରଜନଗର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ କଣ୍ଟେନର ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ତା’ସହିତ ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

କଣ୍ଟେନରଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ବେଳେ ପାଣିକୋଇଲି ପୁଲିସ୍ ଏହାକୁ ଧରିଥିଲେ। ପାଣିକୋଇଲି ଟୋଲଗେଟ ନିକଟରେ ପୁଲିସ୍ କଣ୍ଟେନରଟିକୁ ଧରିଥିଲ। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲେ।

The post କାର୍ କିଣିବାକୁ ଭୁବନେଶ୍ୱର ଯାଉଥିଲେ, ଚଢ଼ିଗଲା କଣ୍ଟେନର appeared first on Odisha Reporter.



from Odisha Reporter https://ift.tt/3oU7chh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages