ଟ୍ୱିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ଟ୍ୱିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତଥା ଅଭିନେତ୍ରୀ ଟ୍ୱିଙ୍କଲ ଖନ୍ନାଙ୍କ ଘରକୁ ଆସିଲେ ନୂଆ ଅତିଥି। ଟ୍ୱିଙ୍କଲ ନିଜେ ଏହି ଖୁସି ଖବରର ସୂଚନା ଦେଇଛନ୍ତି। ଟୁଇଟ ଏବଂ ଇନଷ୍ଟାଗ୍ରାମରେ ଭିଡିଓ ଶେଆର କରି ନିଜ ଫ୍ୟାନ୍ସମାନଙ୍କୁ ଅଭିନେତ୍ରୀ ଜଣକ ଏହି ଖୁସି ଖବର ଜଣାଇଛନ୍ତି।

ସୋଶାଲ ମିଡିଆରେ ସର୍ବଦା ଆକ୍ଟିଭ ରହୁଥିବା ଟ୍ୱିଙ୍କଲ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି କୁକୁର ଛୁଆଙ୍କ ଏକ ଭିଡିଓ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ପୁଣି ଥରେ ଆମ ଘରକୁ ଅତିଥିଗଣ ଆସିଗଲେ। ଏହି ଭିଡିଓରେ ଅନେକଗୁଡିଏ କୁକୁର ଛୁଆ ତାଙ୍କ ଘର ବାରଣ୍ଡାରେ ଖେଳୁଥିବା ଦେଖିବାକୁ ମିଳିଛି। ଟ୍ୱିଙ୍କଲ କହିଛନ୍ତି, ଆମ ଘରର ଏହି ସ୍ଥାନଟି ସବୁଠାରୁ ଭାଗ୍ୟଶାଳୀ। କାରଣ ସବୁ ପ୍ରକାର ଜୀବ ଏହି ସ୍ଥାନକୁ ଆସନ୍ତି ପାଣି ପିଅନ୍ତି। ଟ୍ୱିଙ୍କଲ ଆହୁରି କହିଛନ୍ତି, ପ୍ରକୃତରେ ସୋଶାଲ ମିଡିଆକୁ ଭଲ କାମରେ ମଧ୍ୟ ବ୍ୟବହାର କରାଯାଇପାରିବ।

 

View this post on Instagram

 

A post shared by Twinkle Khanna (@twinklerkhanna)


ଟ୍ୱିଙ୍କଲଙ୍କ ଏହି ଭିଡିଓ ଏବେ ତାଙ୍କ ଫ୍ୟାନ୍ସମାନଙ୍କୁ ବେଶ୍ ପସନ୍ଦ ଆସୁଛି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଢ଼େର ସାରା କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ଏଯାଏଁ ୨ଲକ୍ଷ ୪୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

ସୂଚନାଯୋଗ୍ୟ ଯେ, ସର୍ବଦା ଟ୍ୱିଙ୍କଲ ନିଜ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏଥିର ମଧ୍ୟ କିଛି ଏଭଳି ହିଁ ଦେଖିବାକୁ ମିଳିଛି । ଟ୍ୱିଙ୍କଲ ଜଣେ ଦକ୍ଷ ଅଭିନେତ୍ରୀ ସହ ଜଣେ ଭଲ ଲେଖକ ଏବଂ ପ୍ରଡ୍ୟୁସର ମଧ୍ୟ। ସର୍ବଦା ସେ ସମସାମୟିକ ବିଷୟ ଉପରେ ନିଜ ପ୍ରତିକ୍ରିୟା ରଖିଥାନ୍ତି। ୨୦୧୫ରେ ଟ୍ୱିଙ୍କଲ ନିଜ ପ୍ରଥମ ବହି ‘ମିଷ୍ଟର ଫନି ବୋନ୍ସ’ ପବ୍ଲିସ କରିଥିଲେ, ଯାହା ବେଷ୍ଟ ସେଲର ଲିଷ୍ଟରେ ସାମିଲ ହୋଇଥିଲା।

The post ଟ୍ୱିଙ୍କଲଙ୍କ ଘରକୁ ଆସିଲେ ନୂଆ ଅତିଥି appeared first on Odisha Reporter.



from Odisha Reporter https://ift.tt/2MRMv7J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages