ପୁଲିସ୍ ଗାଡ଼ିକୁ ଅଟକାଇଲା ପୁଲିସ୍‌, ଖୋଲିଗଲା ଗୁମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ପୁଲିସ୍ ଗାଡ଼ିକୁ ଅଟକାଇଲା ପୁଲିସ୍‌, ଖୋଲିଗଲା ଗୁମର

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଗୁରୁବାର ରାତି ପ୍ରାୟ ୨ଟା ହେବ। ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ୍ ଏସ୍‌ଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଖଡ଼ିକାଝୁଡ଼ି ନିକଟରେ ଜଗି ରହିଥିଲା। ଏହି ସମୟରେ ଆସିଲା ଏକ ଇନୋଭା କାର୍। ଏହାର ସାମ୍ନାରେ ଲେଖାଥିଲା ପୁଲିସ୍‌। ଗାଡ଼ିଟିକୁ ସେଠାରେ ଜଗି ରହିଥିବା ପୁଲିସ୍ କର୍ମଚାରୀମାନେ ଅଟକାଇଥିଲେ। ଇନୋଭା ଗାଡ଼ିଟି ଅଟକିବା ପରେ ସେଥିରେ ପୁଲିସ୍ ପୋଷାକରେ ତିନି ଯୁବକ ବସିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହା ପରେ ପରିଚୟ ମାଗିଥିଲେ। ଇନୋଭାରେ ବସିଥିବା ତିନି ଯୁବକ ନିଜକୁ ପୁଲିସ୍ ବୋଲି ପରିଚୟ ଦେବା ସହିତ ସେମାନେ ବିହାରର ବୋଲି କହିଥିଲେ। ସେମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ ଓ ସେମାନଙ୍କ କଥାରେ ତାଳମେଳ ରହୁ ନଥିଲା। ତା’ସାଙ୍ଗକୁ ଗାଡ଼ିରେ ଲାଗିଥିଲା ଓଡ଼ିଶାର ନମ୍ବର ପ୍ଲେଟ୍‌। ଏହା ଦେଖି ବାଲିମେଳା ପୁଲିସ୍ ଗାଡ଼ିଟିକୁ ଯାଞ୍ଚ କରିଥିଲା। ଆଉ ନକଲି ପୁଲିସ୍‌ଙ୍କ ମୁଖା ଖୋଲିଯାଇଥିଲା। ଗାଡ଼ି ଭିତରୁ ବାହାରିଥିଲା ୧ କ୍ୱିଣ୍ଟାଲ୍ ଗଞ୍ଜେଇ।

ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଖରିଫା (୨୪), ରାଜୀବ କୁମାର (୨୬) ଓ ଆକାଶ କୁମାର(୨୬)। ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିହାରର ପାଟଣା ଜିଲ୍ଲାର ମଉଜିପୁର ଓ ସରିସ୍ତାବାଦ ଗାଁର। ଅନ୍ୟ ଜଣେ ମୁଜାଫରପୁର ଜିଲ୍ଲାର ମୁଜାଫରନଗର ଗାଁର ବୋଲି ପୁଲିସ ସୂଚନା ଦେଇଛି। ସେମାନେ ନାକାମାମୁଡ଼ି ଅଞ୍ଚଳରୁ ଗଞ୍ଜେଇ ନେଇ ନିଜ ରାଜ୍ୟକୁ ଯାଉଥିଲେ। ସେମାନଙ୍କୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ଏହି ତିନି ଅଭିଯୁକ୍ତ ଗଞ୍ଜେଇ ନେଇ ଯାଉଥିବା ପୁଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା। ସେଥିପାଇଁ ଓରକେଲ ପୁଲିସ୍‌ର ଏକ ଟିମ୍ ପୂର୍ବରୁ ଜଗି ବସିଥିଲା। ଗାଡ଼ିରେ ଫେକ ନମ୍ବର ପ୍ଲେଟ୍‌ (ଓଡି ୩୩ ବି ୩୬୭୬) ଲଗାଯାଇଥିଲା। ଗାଡିଟିର ଅସଲି ନମ୍ବର ଡିଏଲ ୪ସି ଏଇ ୭୫୬୦ ବୋଲି ଜଣାପଡ଼ିଛି।

କେତେବେଳେ ଆମ୍ବୁଲାନ୍ସରେ ତ କେତେବେଳେ ପଇଡ଼ ବୋଝେଇ ଟ୍ରକ୍‌ରେ। ପୁଣି କେବେ ଭାରରେ ତ କେବେ କାର୍‌ର ସ୍ପେଶାଲ୍ ଚ୍ୟାମ୍ବରରେ। ଏମିତି କେତେ କ’ଣ ଉପାୟ କରି ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ। ସେମାନଙ୍କ ମଧ୍ୟରୁ ଅନେକ ଧରା ବି ପଡ଼ୁଛନ୍ତି। ଆଉ ଏବେ ସାମ୍ନାକୁ ଆସିଥିବା ଗଞ୍ଜେଇ ଚାଲାଣର ଏହି ନୂଆ ଉପାୟ ବି କାମ ଦେଇନି।

The post ପୁଲିସ୍ ଗାଡ଼ିକୁ ଅଟକାଇଲା ପୁଲିସ୍‌, ଖୋଲିଗଲା ଗୁମର appeared first on Odisha Reporter.



from Odisha Reporter https://ift.tt/3ib1a9P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages