ଟ୍ରାକ୍ଟର ରାଲି କଥା ପୁଲିସ ବୁଝୁ: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ଟ୍ରାକ୍ଟର ରାଲି କଥା ପୁଲିସ ବୁଝୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଚାଷୀଙ୍କ ଟ୍ରାକ୍ଟର ରାଲି ଆଇନ୍ ଓ ଶୃଙ୍ଖଳରା ବିଷୟ ହୋଇଥିବାରୁ ଏ ବାବଦରେ ଦିଲ୍ଲୀ ପୁଲିସ ନିଷ୍ପତ୍ତି ନେବା ଦରକାର। ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଛନ୍ତି, ଦିଲ୍ଲୀରେ ଚାଷୀ ଟ୍ରାକ୍ଟର କରିପାରିବେ କି ନାହିଁ ତାହା ପୁଲିସ ନିଷ୍ପତ୍ତି ନେବ। କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ ହେବ।

ଶୁଣାଣି ବେଳେ ପ୍ରଧାନ ବିଚାପତି ଆହୁରି କହିଛନ୍ତି ଯେ କାହାକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ଉଚିତ ତାହା ପୁଲିସ ନିଷ୍ପତ୍ତି ନେବ। ଏହା ପୁଲିସର କାମ। ଆମେ ଏଥିରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ ପୁଲିସ କ’ଣ ନିଜ କ୍ଷମତା  କଥା ଜାଣିନି? କୋର୍ଟ କ୍ଷମତା ବାବଦରେ କହିବେ କି ବୋଲି କହିଛନ୍ତି ପ୍ରଧାନ ବିଚାରପତି।

ସୂଚନାଯୋଗ୍ୟ, ୫୪ ଦିନ ହେବ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଚାଷୀ ରାଜଧାନୀରେ ଟ୍ରାକ୍ଟର ରାଲି କରିବେ ବୋଲି କହିଛନ୍ତି। ଗଣତନ୍ତ୍ର ଦିବସ ବେଳେ ତିିନି କୃଷି ଆଇନକୁ ବିରୋଧ କରିବାକୁ ଯାଇ ଟ୍ରାକ୍ଟର ରାଲି ପାଇଁ ଅନୁମତି ନଦେବାକୁ ଗୋଟିଏ ପଟେ ଆବେଦନ ହୋଇଥିଲା। ଅନ୍ୟପଟେ ଦିଲ୍ଲୀର ରାମଲୀଳା ପଡ଼ିଆରେ ରାଲି ପାଇଁ ଅନୁମତି ମାଗିଛନ୍ତି ଆନ୍ଦୋଳନରତ ଚାଷୀ।

The post ଟ୍ରାକ୍ଟର ରାଲି କଥା ପୁଲିସ ବୁଝୁ: ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3oVqyTs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages