ଘରେ ମଦ ରଖିବାକୁ ଚାହୁଛନ୍ତି କି? ଲାଇସେନ୍ସ ଆଣିବେ, ଟଙ୍କା ବି ଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ଘରେ ମଦ ରଖିବାକୁ ଚାହୁଛନ୍ତି କି? ଲାଇସେନ୍ସ ଆଣିବେ, ଟଙ୍କା ବି ଦେବେ

ଲକ୍ଷ୍ନୌ: ଘରେ ମଦ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବଡ ଘୋଷଣା। ଘରେ ନିର୍ଦ୍ଧାରିତ ପରିମାଣଠାରୁ  ଅଧିକ ମଦ ରଖିବା ପାଇଁ ନୂଆ ଅବକାରୀ ନୀତି ଘୋଷଣା ହୋଇଛି। ଏହି ନୂଆ ଆଇନ ଅନୁସାରେ ଏଣିକି ଘରେ ଆଉ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମଦ ରଖିହେବ ନାହିଁ। ଏନେଇ ଆଜି ଉତ୍ତରପ୍ରେଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଘରେ ଅଧିକ ପରିମାଣର ମଦ ରଖିବାକୁ ଚାହୁଁଥିଲେ ଲାଇସେନ୍ସ ନେବାକୁ ପଡିବ ଏଥିସହ ବର୍ଷକୁ ୧୨ ହଜାର ଟଙ୍କା ମଧ୍ୟ ଦେବାକୁ ପଡିବ । କେବଳ ସେତିକି ନୁହେଁ ସିକ୍ୟୁରିଟି ବାବଦକୁ ଅବକାରୀ ବିଭାଗରେ ୫୧ ହଜାର ଟଙ୍କା ମଧ୍ୟ ଜମା କରିବାକୁ ପଡିବ।

ଯେଉଁ ବ୍ୟକ୍ତି ବିଗତ ୫ ବର୍ଷ ଭିତରେ ଇନକମ ଟ୍ୟାକ୍ସ ପୈଠ କରିଥିବେ ସେହି ବ୍ୟକ୍ତିଙ୍କୁ ହିଁ ଏହି ଲାଇସେନ୍ସ ମିଳିବ।  ଲାଇସେନ୍ସ ଆବେଦନ କରିବା ସମୟରେ ଇନକମ ଟ୍ୟାକ୍ସ ପୈଠ କରିଥିବା ନେଇ ରିସିଟ ଦେଖାଇବାକୁ ପଡିବ। ଏଥିସହ ଆଧାର କାର୍ଡ ଓ ପାନ କାର୍ଡର କପି ମଧ୍ୟ ଜମା କରିବାକୁ ପଡିବ। କେବଳ ସେତିକି ନୁହେଁ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଘରେ କେବଳ ମଦ ହିଁ ରଖିପାରିବେ, ଏହା ଛଡା ଅନ୍ୟ କୌଣସି ନିଶା ଦ୍ରବ୍ୟ ରଖିପାରିବେ ନାହିଁ ବୋଲି ନୂଆ ନିୟମରେ କୁହାଯାଇଛି।

ଉତ୍ତରପ୍ରଦେଶରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ି ଚାଲିଛି । ରାଜ୍ୟରେ ବେଆଇନ ମଦ କାରବାର ଯୋଗୁଁ ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଘଟୁଛି। ଏହାକୁ ରୋକିବା ପାଇଁ ୟୁପି ସରକାର ଏଭଳି ନୂଆ ନିୟମ ଜାରି କରିଛନ୍ତି।

The post ଘରେ ମଦ ରଖିବାକୁ ଚାହୁଛନ୍ତି କି? ଲାଇସେନ୍ସ ଆଣିବେ, ଟଙ୍କା ବି ଦେବେ appeared first on Odisha Reporter.



from Odisha Reporter https://ift.tt/2Y5Vqou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages