ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଏସ୍ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଲାଛି ଖରା। ସେ ଆନ୍ଧ୍ର ଓଡିଶା ବୋର୍ଡର ନକ୍ସଲ ସଙ୍ଗଠନର ସଦସ୍ୟ ଥିଲେ।
ଆତ୍ମସମର୍ପଣ କରିବା ପରେ ଲାଛି କହିଛନ୍ତି, ନକ୍ସଲ ସଂଗଠନରେ ମହିଳା ସଦସ୍ୟଙ୍କୁ ନିର୍ଯାତନା ଦିଆଯାଉଛି। ତାଙ୍କ ବାପାମା’ଙ୍କୁ ମାରପିଟ କରି ଓ ହତ୍ୟା ଧମକ ଦେଇ ତାଙ୍କୁ ଜୋର ଜବରଦସ୍ତ ନକ୍ସଲ ସଂଗଠନରେ ସାମିଲ କରାଯାଇଥିଲା। ସେ ଦୁଇ ବର୍ଷ ଧରି ନକ୍ସଲ ସଂଗଠନର ସକ୍ରିୟ ସଦସ୍ୟ ଥିଲେ।
ମାଲକାନଗିରି ଏସ୍ପି ଋଷିକେଶ ଦୟାନନ୍ଦ ଖୁଲାରୀ କହିଛନ୍ତି, ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ଦ୍ରୁତ ବିକାଶ କାର୍ଯ୍ୟ ତାଙ୍କୁ ଆକର୍ଷିତ କରିଥିଲା। ସେ ବହୁତ ଦିନରୁ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। କିନ୍ତୁ ନକ୍ସଲ ସଂଗଠନର ସିନିୟର ସଦସ୍ୟମାନେ ତାଙ୍କୁ ଛାଡ଼ୁ ନଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଲାଚ୍ଛି ଖରାଙ୍କୁ ଥଇଥାନ କରାଯିବ ଓ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବ।
ଏହା ସହିତ ମାଲକାନଗିରି ଏସ୍ପି ଅନ୍ୟ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ୍ କରିଛନ୍ତି।
The post ଆତ୍ମସମର୍ପଣ କଲେ ଲାଛି appeared first on Odisha Reporter.
from Odisha Reporter https://ift.tt/39cOk7P
No comments:
Post a Comment