ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବେନଶ୍ୱର ଏମ୍ସକୁ ମିଳିଲା କାୟାକଳ୍ପ ପୁରସ୍କାର। ସ୍ୱଚ୍ଛ ଓ ପରିବେଶରେ ରୋଗୀସେବା ପାଇଁ ଏମ୍ସକୁ କନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ଏଥସହ ଏମ୍ସକୁ ୨ କୋଟି ଟଙ୍କା ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଭର୍ଚୁଆଲ ମୋଡରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
୨୦୧୯-୨୦ ବର୍ଷରେ କାଟେଗୋରି Bରେ ପ୍ରଥମ ସ୍ଥାନ ଭୁବେନଶ୍ୱରର ଏମ୍ସ ହାସଲ କରିଛି। ସେହିପରି DHH ବର୍ଗରେ ଅନୁଗୁଳ ବିଜେତା ହୋଇଥିବା ବେଳେ କଳାହାଣ୍ଡି ରନର୍ସଅପ୍ ଭାବେ ଆଓ୍ୱାର୍ଡ ପାଇଛି। SDH/CHCବର୍ଗରେ ମୟୂରଭଞ୍ଜର ରାଇରଙ୍ଗପୁର SDH ପୁରସ୍କୃତ ହୋଇଛି। ୨୦୧୯-୨୦ ବର୍ଷ ଲାଗି ୧୯ଟି DHH, ୭୮ଟି SDH/CHC, ୬୬ଟି ଅର୍ବାନ PHC, ୧୫୬ଟି PHC, ୧୮ଟି HWC ସବ୍ ସେଣ୍ଟରକୁ କାୟାକଳ୍ପ ଆଓ୍ୱାର୍ଡ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ମିଳିଛି ଆଉ ଦୁଇଟି ପୁରସ୍କାର। ଜାଗା ମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଭିଡିଓ କନ୍ଫରେନ୍ସିଂରେ କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରକୁ ନେଇ ୫ଟି ବର୍ଗରୁ ଓଡ଼ିଶାକୁ ଦୁଇଟିରେ ପ୍ରଥମ ସ୍ଥାନ ମିଳିଛି ।
The post ଏମ୍ସକୁ କାୟାକଳ୍ପ ପୁରସ୍କାର, ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପ୍ରଶଂସା appeared first on Odisha Reporter.
from Odisha Reporter https://ift.tt/38DWtC3
No comments:
Post a Comment