ମୁମ୍ବାଇ: ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବଲିଉଡ ଅଭିନେତା ଜନ ଅବ୍ରାହମ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେଇଛନ୍ତି। ସେ ଟୁଇଟ କରି ତାଙ୍କ ଅପକମିଂ ଫିଲ୍ମ ‘ସତ୍ୟମେବ ଜୟତେ-୨’ର ରିଲିଜ ଡେଟ ଘୋଷଣା କରିଛନ୍ତି। ଏଥିସହ ହାତରେ ତ୍ରିରଙ୍ଗା ପତାକା ଧରି ଉଡାଇଛନ୍ତି ଏବଂ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ, ତନ ମନ ଧନଠୁ ବଡ ଜନ ମନ ଗଣ ବୋଲି ସେ କହିଛନ୍ତି। ଜନ୍ଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
View this post on Instagram
୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘ସତ୍ୟମେବ ଜୟତେ’ର ଏହା ହେଉଛି ସିକ୍ୱେଲ ପାର୍ଟ। ପୁଲିସ, ରାଜନେତା, ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ସହ ଜଡିତ ଭ୍ରଷ୍ଟାଚାରର କାହାଣୀକୁ ନେଇ ଏହି ଫିଲ୍ମଟି ଆଧାରିତ। ଫିଲ୍ମଟି ଇଦ ଅବସରରେ ତଥା ଆସନ୍ତା ମେ’ ୧୪ରେ ରିଲିଜ ହେବ। ଏହା ପୂର୍ବରୁ ଫିଲ୍ମଟିକୁ ମେ’ ୧୨ରେ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏବେ ଏହାକୁ ଆଉ ୨ଦିନ ଅଗକୁ ବଢ଼ାଇ ଦିଆଯାଇଛି।
ମିଲାପ ଝାବେରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଜନ ଅବ୍ରାହମ ଥିବା ବେଳେ ତାଙ୍କ ଅପୋଜିଟରେ ଦିବ୍ୟା ଖୋସଲା କୁମାର ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀ ଅଛନ୍ତି।
The post ତ୍ରିରଙ୍ଗା ଉଡାଇଲେ ଅଭିନେତା appeared first on Odisha Reporter.
from Odisha Reporter https://ift.tt/3sYctqv
No comments:
Post a Comment