ହେଲମେଟ୍ ନେଇ ସତର୍କ କରାଇଲା ଟ୍ରାଫିକ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

ହେଲମେଟ୍ ନେଇ ସତର୍କ କରାଇଲା ଟ୍ରାଫିକ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷରୁ ବାଇକ୍ ‌ଆରୋହୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ରାଜ୍ୟ ସରକାର ବାଇକ ଚାଳକ ଏବଂ ତାଙ୍କ ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ଡବଲ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି । ତେବେ ଆପଣମାନେ ପିନ୍ଧୁଥିବା ଏହି ହେଲମେଟ୍ କେତେ ସୁରକ୍ଷିତ?  ଆପଣ ପିନ୍ଧୁଥିବା ହେଲମେଟ ଶୋଭାବର୍ଦ୍ଧନ ପାଇଁ କି ନା ନିଜ ସୁରକ୍ଷା ପାଇଁ । ବଜାରରେ ବିକ୍ରି ହେଉଥିବା ଭଳି କି ଭଳି ହେଲମେଟକୁ ଦେଖିଲେ ଏଭଳି ପ୍ରଶ୍ନ ଉଠାଇବା ସ୍ୱାଭାବିକ । ଯାହାକୁ ନେଇ ଏବେ ଟୁଇଟ କରି ମତ ରଖିଛି ଭୁବନେଶ୍ୱର ଟ୍ରାଫିକ ଡିସିପି ।


କିଭଳି ହେଲମେଟ ପିନ୍ଧିବାଲେ ଜଣେ ସୁରକ୍ଷିତ ରହିପାରିବ ସେ ନେଇ ଟ୍ରାଫିକ ପୁଲିସ ଲୋକଙ୍କୁ ସତର୍କ କରାଇଛି । ସର୍ବଦା ଆଇଏସଆଇ ହଲମାର୍କ ଥିବା ହେଲମେଟ ପିନ୍ଧିବା ପାଇଁ ଟ୍ରାଫିକ ଡିସିପି ଟୁଇଟ କରି ସୂଚନା ଦେଇଛି । ସେ ଲୋକଙ୍କୁ ଆଇଏସଆଇ ହେଲମେଟ ପିନ୍ଧନ୍ତୁ ଓ ସୁରକ୍ଷିତ ଯତ୍ରା କରନ୍ତୁ ବୋଲି ସଚେତନ କରାଇଛନ୍ତି। ଭଲ କ୍ୱାଲିଟି ତଥା ଆଇଏସଆଇ ମାର୍କ ଥିବା ହେଲମେଟ ଦୁର୍ଘଟଣା ବେଳେ ପ୍ରାୟ ୭୦ ପ୍ରତିଶତ ଯାଏଁ ଜଣେ ବ୍ୟକ୍ତିର ମୁଣ୍ଡକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ଏହାଦ୍ୱାରା ନିଜେ ବଞ୍ଚିବା ସହ ନିଜ ପରିବାରର ମଧ୍ୟ ଜୀବନ ବଞ୍ଚାଇପାରିବେ ବୋଲି ଟ୍ରାଫିକ ପୁଲିସ କହିଛି ।

କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ଗାଡି ଚଲାଇବା ବେଳେ ରୋଡ ସେପ୍ଟି ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲମେଟ ପରିଧାନ କରିବା ଦ୍ୱାରା ଆମେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖିପାରିବା । ଏଥିସହ ଦୁର୍ଘଟଣା ଜନିତ ଆଘାତରୁ ମଧ୍ୟ ରକ୍ଷା ପାଇପାରିବା ବୋଲି ଟ୍ରାଫିକ ପୁଲିସ କହିଛି ।

The post ହେଲମେଟ୍ ନେଇ ସତର୍କ କରାଇଲା ଟ୍ରାଫିକ ପୁଲିସ appeared first on Odisha Reporter.



from Odisha Reporter https://ift.tt/3pUfc1W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages