କମାଲ କରିଦେଲେ ୱାଶିଂଟନ ଓ ଶାର୍ଦ୍ଦୁଳ, ମାରିଲେ ଅର୍ଦ୍ଧଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 16, 2021

କମାଲ କରିଦେଲେ ୱାଶିଂଟନ ଓ ଶାର୍ଦ୍ଦୁଳ, ମାରିଲେ ଅର୍ଦ୍ଧଶତକ

ବ୍ରିସ୍‌ବେନ୍‌: ଭାରତର ପ୍ରଥମ ଇନିଂସରେ ଶାର୍ଦ୍ଦୁଳ ଠାକୁର ଓ ଡେବ୍ୟୁଟାଣ୍ଟ ୱାଶିଂଟନ ସୁନ୍ଦରଙ୍କ ସୁନ୍ଦର ବ୍ୟାଟିଂ ଦେଖିବାକୁ ମିଳିଛି। ଯାହା ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ମାନେ କରିପାରିଲେ ନାହିଁ, ତାହା ଏହି ଦୁଇ ବୋଲର କରି ଦେଖାଇଛନ୍ତି। ଦୁହେଁ କ୍ରିଜ୍‌ରେ ଧୈର୍ଯ୍ୟର ସହ ରହି ଅଷ୍ଟ୍ରେଲିଆର ବୋଲରଙ୍କ ସମ୍ମୁଖୀନ ହେବା ସହ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି। ଉଭୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଶହେ ରନ୍‌ର ପାର୍ଟନରଶିପ୍ ବି ହୋଇଛି।

ଖବର ଲେଖାଯିବା ସୁଦ୍ଧା ଶାର୍ଦ୍ଦୁଳ ଠାକୁର ୧୧୫ ବଲ୍‌ରେ ୬୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ୱାଶିଂଟନ ସୁନ୍ଦର କ୍ରିଜ୍‌ରେ ଅଛନ୍ତି। ସେ ୧୨୬ ବଲ୍‌ରୁ ୫୪ ରନ୍ କରିଛନ୍ତି। ଡେବ୍ୟୁ ଟେଷ୍ଟରେ ହିଁ ୱାଶିଂଟନ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ସହିତ ନବଦୀପ ସୈନୀ ଅଛନ୍ତି। ସେ ଖାତା ଖୋଲି ନାହାନ୍ତି।

ଅନ୍ୟପକ୍ଷରେ ଦଳୀୟ ସ୍କୋର ୩୦୯ରେ ପହଞ୍ଚିଯାଇଛି। ଏହା ସହିତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ସ୍କୋର ଠାରୁ ଭାରତ ୬୦ ରନ୍ ପଛରେ ରହିଛି।

ଦଳ ପକ୍ଷରୁ ରୋହିତ ଶର୍ମା ୪୪ ରନ୍‌ କରିଥିବା ବେଳେ ଶୁବମନ ଗିଲ୍ ୭, ଚେତେଶ୍ୱର ପୂଜାରା ୨୫, ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୭, ମୟଙ୍କ ଅଗ୍ରୱାଲ୍ ୩୮ ଓ ଋଷଭ ପନ୍ତ ୨୩ ରନ୍ କରିଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୬୯ ରନ୍ କରିଥିବା ବେଳେ ୱାଶିଂଟନ ଓ ଶାର୍ଦ୍ଦୁଳ ତିନୋଟି ଲେଖାଏ ୱିକେଟ୍ ନେଇଥିଲେ।

The post କମାଲ କରିଦେଲେ ୱାଶିଂଟନ ଓ ଶାର୍ଦ୍ଦୁଳ, ମାରିଲେ ଅର୍ଦ୍ଧଶତକ appeared first on Odisha Reporter.



from Odisha Reporter https://ift.tt/3nPs1JG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages