ଝିଅଟିର ବହୁତ ସ୍ୱପ୍ନ ଥିଲା, ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ଝିଅଟିର ବହୁତ ସ୍ୱପ୍ନ ଥିଲା, ହେଲେ…

ଯାଜପୁର(ଗୁଲାମ ଗସ୍‌): “ଏହା ଅତ୍ୟନ୍ତ ଲଜ୍ଜାଜନକ, ଅମାନବୀୟ ତଥା ଦୁଃଖଦ ଘଟଣା। ଯେଉଁ ଅମଣିଷ ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି, ସେମାନେ ନିଶ୍ଚିତ ରୂପେ ଦଣ୍ଡ ପାଇବେ। ଏପରି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ଝିଅଟି ପାଠ ପଢ଼ୁଥିଲା। ନିଜ ଭବିଷ୍ୟତ ପାଇଁ ସ୍ୱପ୍ନ ବି ଦେଖୁଥିଲା। ଯେଉଁମାନେ ତା’ ପ୍ରତି ଅତ୍ୟାଚାର କରିଛନ୍ତି ସେମାନେ ଦଣ୍ଡ ପାଇବେ।” ରମାଦେବୀ ଛାତ୍ରୀ ଝରାଫୁଲର ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଆଜି ଘଟଣାସ୍ଥଳରେ ପହଞ୍ଚି ଏପରି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା  ।

ଏଥିସହ ମହିଳା କମିଶନ ଅଧ୍ୟକ୍ଷା  କହିଛନ୍ତି,  ପୂରା ଘଟଣା ବାବଦରେ ଯାଜପୁର ଏସ୍‌ପିଙ୍କ ସହ ପୂର୍ବରୁ ଆଲୋଚନା କରିଛି। ଆଜି ପୁଣିଥରେ ଏସ୍‌ପି  ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି।

ଗତକାଲି ଝରାଫୁଲଙ୍କ ବାପା ଝିଅର ହତ୍ୟାକାଣ୍ଡ ପାଇଁ ତା’ର ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଗତକାଲି ଦାୟୀ କରିଥିଲେ। ଏନେଇ ପୁଲିସ୍‌ ଗତକାଲି ଖୋଳତାଡ଼ ଆରମ୍ଭ କରିଥିବା ବେଳେ  ଗତ ରାତିରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା ରାକେଶ । ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ ଏୟାରଫିଲ୍ଡ ଥାନା ପୁଲିସ୍‌ ରାକେଶକୁ ଯାଜପୁର ପୁଲିସ୍‌କୁ ହସ୍ତାନ୍ତର କରିଛି । ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୁଲିସ୍‌ ସୂଚନା ଦେଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ବର୍ଷର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ଝରାଫୁଲ ନାୟକ।  ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁରେ ଥିଲେ ।  ଗତ ୨୫ ତାରିଖରେ ସ୍ଥାନୀୟ ଅଭିଭାବକ ଚକ୍ରଧର ବେହେରାଙ୍କ ଝିଅର ଜନ୍ମ ଦିନ ଥିବାରୁ  ସେ ଗାଁରୁ ୨୪ ତାରିଖରେ ଭୁବନେଶ୍ୱର ଆସିଥିଲେ।

୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ‘ଝାଡେଶ୍ୱର’ ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥତା ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ।  ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିବାରୁ  ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି ଝିଅ କହିଥିଲେ। ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା।

The post ଝିଅଟିର ବହୁତ ସ୍ୱପ୍ନ ଥିଲା, ହେଲେ… appeared first on Odisha Reporter.



from Odisha Reporter https://ift.tt/3ctlZfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages