ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ: ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ଏହି ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କ’ଣ ସବୁ କହିଛନ୍ତି, ଚୁମ୍ବକରେ ଜାଣନ୍ତୁ-

  • କରୋନା କାଳରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
  • ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ
  • ଯେବେ ଏମିତି ପରୀକ୍ଷାର ସମୟ ଆସିଛି, ଭାରତ ଆଗକୁ ଉଠିଛି
  • ଯେବେ ବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି
  • ଆଜି ଭାରତ ଏକ ନୂଆ ସାମର୍ଥ୍ୟର ସହ ବିଶ୍ୱରେ ଆଗକୁ ଆସିଛି
  • କରୋନା କାଳରେ କେହି ଯେମିତି ଭୋକରେ ନରହିବେ ବ୍ୟବସ୍ଥା ହୋଇଛି
  • ଲୋକଙ୍କୁ ମାଗଣା ରାସନ, ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିଲା
  • ଶ୍ରମିକଙ୍କୁ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା
  • ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣା ମିଳିଥିଲା
  • କରୋନା ଜଣାଇଦେଲା କାହିଁକି ଆତ୍ମନିର୍ଭର ଭାରତ ଜରୁରୀ
  • ଭାରତ ଏବେ ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇଛି
  • ଅନ୍ୟ ଦେଶକୁ ଟିକା ପଠାଇ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଉଛି
  • ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି
  • ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ମେଡିକାଲ କଲେଜ ବଢ଼ିବା ଜରୁରୀ
  • ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨
  • ଦେଶରେ ଆଉ ୨୨ ଏମ୍ସ ସ୍ଥାପନ କରାଯାଇଛି
  • କୃଷକଙ୍କ ଉନ୍ନତି ପାଇଁ ମୋ ସରକାର ଅନେକ ପଦକ୍ଷେପ ନେଇଛି
  • ସ୍ୱାମୀନାଥନ ସୁପାରିସ ଲାଗୁ କରି MSP ଦେଢ଼ଗୁଣା କରାଯାଇଛି
  • ଜଳ ସେଚନ ସୁବିଧା ବଢ଼ିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି
  • ୨୦୧୪ରେ ୨୩୪ ମିଲିୟନ ଟନ୍ ଖାଦ୍ୟ ଉତ୍ପାଦନ ହେଉଥିଲା
  • ଏବେ ଦେଶର ଖାଦ୍ୟ ଉତ୍ପାଦନ ପରିମାଣ ୨୯୬ ମିଲିୟନ ଟନ୍
  • ଅନେକ ବିଚାରବିମର୍ଶ ପରେ ସଂସଦରେ ୩ଟି କୃଷି ବିଲ୍ ପାସ୍ ହୋଇଛି
  • ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ
  • କୃଷି ଆଇନକୁ ନେଇ ସୃଷ୍ଟ ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି
  • ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ
  • ନୂଆ କୃଷି ଆଇନରେ ଚାଷୀଙ୍କୁ ବହୁ ଅଧିକାର ଦିଆଯାଇଛି
  • ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା ହାତକୁ ନିଆଯାଇଛି
  • ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛି
  • ୨୦୧୪ରେ ମାତୃ ମୃତ୍ୟୁହାର ଲକ୍ଷେରେ ୧୩୦ ଥିଲା, ଏବେ ୧୧୩କୁ ଖସିଛି
  • ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁହାର ବିଶ୍ୱରେ ୩୯; ଭାରତରେ ୩୬
  • ଆଜି ଭୋକାଲ ଫର୍ ଲୋକାଲ ଜନ ଆନ୍ଦୋଳନ ରୂପ ନେଇଛି
  • ଏ ମୁସ୍କିଲ ସମୟରେ ବି ଭାରତ ନିବେଶକଙ୍କ ପ୍ରଥମ ପସନ୍ଦ ରହିଛି
  • ଏ ସମୟରେ ୩୬ ବିଲିୟନ ଡଲାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି଼
  • ସହରାଞ୍ଚଳ ଗରିବଙ୍କ ପାଇଁ ପ୍ରାୟ ୪୦ ଲକ୍ଷ ଘର ନିର୍ମାଣ ସରିଲାଣି
  • ଡିବିଟି ଜରିଆରେ ୧୩ ଲକ୍ଷ କୋଟି ଟଙ୍କା ଲାଭାର୍ଥୀଙ୍କୁ ଦିଆଯାଇଛି
  • ସ୍ୱଚ୍ଛ ଭାରତ ମିଶନରେ ୧୦ କୋଟି ଶୌଚାଳୟ ନିର୍ମାଣ ହୋଇଛି

The post ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ: ରାଷ୍ଟ୍ରପତି appeared first on Odisha Reporter.



from Odisha Reporter https://ift.tt/2KYxwIt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages