କୋଲକାତା: ଚାକିରି ଛାଡିଲେ ବରିଷ୍ଠ ପୁଲିସ ଅଧିକାରୀ। ଗୋଲି ମାରୋ… ସ୍ଲୋଗାନ ଦେଇଥିବା ୩ ବିଜେପି ନେତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେବାର ୮ ଦିନ ପରେ ନଜ ପଦରୁ ଇସ୍ତଫା ଦେଇଛନ୍ତି କୋଲକାତା ଚାନ୍ଦନନଗର ଅଞ୍ଚଳର ପୁଲିସ କମିଶନର ହୁମାୟୁଁ କବିର। ତାଙ୍କ ଇସ୍ତଫାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି। ସେପଟେ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ପଶ୍ଚିମବଙ୍ଗରେ ବିଜେପି ରାଲି ବେଳେ ଦଳର କିଛି କର୍ମକର୍ତ୍ତା ଗୋଲି ମାରୋ…ନାରା ଦେଇଥିଲେ। ଏହି ସମୟରେ ହିଂସା ଭଡକାଇବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ କରିବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଥିଲା। ସ୍ଳୋଗାନ ଦେବାର କିଛି ଘଣ୍ଟା ପରେ ଚନ୍ଦନନଗରର ବିଜେପି ନେତା ସୁରେଶ ଶାହା ଏବଂ ଅନ୍ୟ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିଲା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏବଂ ହୁଗୁଳି ସାଂସଦ ଲୋକେତ ଚାଟାର୍ଜୀଙ୍କ ଦ୍ୱାରା ହୋଇଥିବା ଶୋଭାଯାତ୍ରାରେ ସେମାନେ ଏହି ସ୍ଳୋଗାନ ଦେଇଥିଲେ।
ଅନ୍ୟପଟେ ବିଜେପି ନେତାଙ୍କ ଗିରଫଦାରୀରେ ଟିଏମସିର କୌଣସି ଭୂମିକା ନଥିବା କହିଛନ୍ତି ଟିଏମସି ସାଂସଦ ସୌଗତ ରାୟ। ବିଜେପି ନେତାଙ୍କ ଗିରଫକୁ ନେଇ ବିବାଦ ଉପୁଜିଥିଲା। କାରଣ ଗୋଟିଏ ଦିନ ପୂର୍ବରୁ ସମାନ ନାରା ଟିଏମସି ସମର୍ଥକ ଦେଇଥିଲେ। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିବା ଶୁଭେନ୍ଦୁ ଏବଂ ଲୋକେତ ଚାଟାର୍ଜୀ ଗତ ମାସରେ ସେମାନେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।
The post ଗିରଫ ନିର୍ଦ୍ଦେଶ ଦେଇଥିଲେ, ୮ ଦିନ ପରେ ଇସ୍ତଫା ଦେଲେ appeared first on Odisha Reporter.
from Odisha Reporter https://ift.tt/3raPXcB
No comments:
Post a Comment