ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ମେଡିକାଲ କଲେଜର ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ପରେ ଚେତିଛନ୍ତି ସରକାର। ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କରାଯାଇଛି। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ DMETଙ୍କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଚିଠି ଲେଖି ଅବଗତ କରାଇଛନ୍ତି।

ସୂଚନାଥାଉ କି, ଷ୍ଟାଇପେଣ୍ଡ୍‌ ବୃଦ୍ଧି ଦାବିରେ ହାଉସ ସର୍ଜନ ଆନ୍ଦୋଳନ ଧମକ ଦେଇଥିଲେ। ତେବେ ଷ୍ଟାଇପେଣ୍ଡ୍ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସଂଘ ଓହରି ଯିବା ସହ ରାଜ୍ୟସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

୨୦୧୭ରେ  ଆନ୍ଦୋଳନ  ବେଳେ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରି ୩ ବର୍ଷ ପରେ ଏହାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।  ୨୦୨୦ ଏପ୍ରିଲ ମାସରେ ଏହାର ଅବଧି ଶେଷ ହୋଇଥିବା ସତ୍ତ୍ୱେ ସରକାର ୧୦ ମାସ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିଲେ। ପ୍ରତିବାଦରେ ଆନ୍ଦୋଳନା କରିବାକୁ ହାଉସ ସର୍ଜନମାନେ ଧମକ ଦେଇଥିଲେ। ଏହି ଆନ୍ଦୋଳନରେ ଏସସିବିର ୨୫୦ ଜଣ ଏବଂ ବୁର୍ଲା ଓ ବ୍ରହ୍ମପୁରର ୫୫୦ ଜଣ ଏହି ଆନ୍ଦୋଳନରେ ଯୋଗଦେବେ ବୋଲି ସ୍ଥିର ହୋଇଥିଲା।

 କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ SCB ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସ୍ଥଗିତାଦେଶ ୨ ସପ୍ତାହ ପାଇଁ କରାଯାଇଥିବା ବେଳେ ଏହା ମଧ୍ୟରେ ରାଜ୍ୟ ସରକାର ସେମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଥିବାରୁ ହାଉସ୍ ସର୍ଜନ ସଂଘ ତରଫରୁ ସାଧୁବାଦ ଜଣାଯାଇଛି। 

The post ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା appeared first on Odisha Reporter.



from Odisha Reporter https://ift.tt/3aw45GH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages