ମଝି ଦରିଆରେ ଜଳିଗଲା ଜାହାଜ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ମଝି ଦରିଆରେ ଜଳିଗଲା ଜାହାଜ, ଦେଖନ୍ତୁ ଭିଡିଓ

ଚେନ୍ନାଇ: ମଝି ଦରିଆରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଜାହାଜ। ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଯେ, ନିଆଁ ଆୟତ୍ତ କରିବାକୁ କେହି ବି ସାହସ କରିପାରୁ ନାହାନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମର ପାମ୍ବନ ଉପକୂଳରେ।

ଆଜି ସକାଳୁ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଏକ ମାଛଧରା ବୋଟରେ ହଠାତ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ଏତେ ଭୟଙ୍କର ହୋଇଥିଲା ଯେ, ତାକୁ ଦେଖି ମତ୍ସଜୀବୀମାନେ ଭୟବିତ ହୋଇ ଯାଇଥିଲେ। ବେଶ କିଛି ଘଣ୍ଟା ଜଳିବା ପରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଣ୍ଟାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ, ନିଆଁ ଲିଭିବା ବେଳକୁ ବୋଟଟି ଜଳିପୋଡି ପାଉଁଶ ହୋଯାଇଥିବା ଦେଖିବାକୁ ମିଳିଛି।  ସେପଟେ ସୌଭାଗ୍ୟବଶତଃ ଡଙ୍ଗାରେ ନିଆଁ ଲାଗିବା ପରେ ତତକ୍ଷଣାତ୍ ମତ୍ସଜୀବୀ ମାନେ ସେଠୁ ଖସି ପଲାଇବାରେ ସକ୍ଷମ ହୋଇଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।  ତେବେ ବୋଟରେ ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଜାହାଜରେ ଥିବା  ଡିଜେଲରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

The post ମଝି ଦରିଆରେ ଜଳିଗଲା ଜାହାଜ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3ohfjni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages