ସାବତ ପୁଅକୁ ବିବାହ କରିଥିଲେ, ଝିଅ ଜନ୍ମ ପରେ ହେଲା ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

ସାବତ ପୁଅକୁ ବିବାହ କରିଥିଲେ, ଝିଅ ଜନ୍ମ ପରେ ହେଲା ଖୁଲାସା

ମସ୍କୋ: ପ୍ରେମ ପାଇଁ ନାହିଁ ବୟସର ବାଧା ବନ୍ଧନ କି ସମ୍ପର୍କ। ପ୍ରେମ କିଛି ମାନେ ନା। ଏ ନିଜଠାରୁ ୧୦ ବର୍ଷ ବୟସ୍କ ମହିଳାଙ୍କୁ ବିବାହ କରୁଛି ତ ଆଉ କିଏ କେଉଁଠି ନିଜ ଠାରୁ ଢ଼େର ସାନ ପୁଅଙ୍କ ବିବାହ କରୁଛନ୍ତି। ଆଜି କାଲି ବୟସ୍କ ସ୍ବାମୀ ଏବଂ ବୟସ୍କ ପତ୍ନୀ ଟ୍ରେଣ୍ଡ ଚାଲିଛି। ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।  ଜଣେ ୩୫ ବର୍ଷୀୟ ମା’ ନିଜ ସାବତ ପୁଅକୁ ବିବାହ କରିଛନ୍ତି। ନିକଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଏହାର ଖୁଲାସା ହୋଇଛି, ଯାହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ରଷିଆନ ବ୍ଲଗର ମାରିନା ବ୍ଲାମସେବା ଗତ ବର୍ଷ ନିଜ  ଠାରୁ ୧୪ ବର୍ଷ ସାନ ସାବତ ପୁଅ ଭ୍ଲାଦିମିର ଶାଭରିନଙ୍କୁ ବିବାହ କରିଥିଲେ । ମରିନାଙ୍କ ଏହି ବିବାହକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ଏବେ ମାରିନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ପୁଣି ଥରେ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ମାରିନା କୁହନ୍ତି, ତାଙ୍କ ପୂର୍ବତନ ସ୍ବାମୀ ତଥା ଭ୍ଲାଦିମିରଙ୍କ ବାପା ଆଲେକ୍ସ ଏରେଙ୍କ ଠାରୁ ଛାଡପତ୍ର ନେବା ପରେ ସେ ସାବତ ପୁଅଙ୍କ ପ୍ରେମରେ ପଡିଥିଲେ। ଏହାପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

୧୪ ବର୍ଷ ପୂର୍ବେ ମାରିନା ଓ ଭ୍ଲାଦିମିରଙ୍କ ପ୍ରଥମ ଦେଖା ହୋଇଥିଲା। ସେତେବେଳେ ଭ୍ଳାଦିମିରଙ୍କୁ ୭ ବର୍ଷ ହୋଇଥିଲେ। ମାରିନା ତାଙ୍କ ପୂର୍ବତନ ସ୍ବାମୀ ଆଲେକ୍ସଙ୍କ ସହ ୨୦୦୭ରେ ବିବାହ କରିଥିଲେ। ବିବାହର ୧୦ ବର୍ଷ ପରେ ଆଲକ୍ସଙ୍କୁ ଛାଡପତ୍ର ଦେଇଥିଲେ ମାରିନା । ଛାଡପତ୍ରର ୩ ବର୍ଷ ପରେ ସେ ସାବତ ପୁଅ ଭ୍ଲାଦିମିରଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ପାଇଁ ମାରିନା ନିଜକୁ ପୁରାପୁରି ପରିବର୍ତ୍ତନ କରିଥିଲେ। ଅଧିକ ଆକର୍ଷକ ଦେଖାଯିବା ପାଇଁ ସେ କସମେଟିକ ସର୍ଜରୀ କରିବା ସହ ନିଜ ଓଜନ ମଧ୍ୟ କମାଇଛନ୍ତି। ୩୫ ବର୍ଷୀୟ ମାରିନା ଇନଷ୍ଟାଗ୍ରାମରେ ବେଶ ଚର୍ଚ୍ଚିତ। ତାଙ୍କର ୫ ଲକ୍ଷ ୩୫ ହଜାର ଫଲୋଅର୍ସ ମଧ୍ୟ ଅଛନ୍ତି।

The post ସାବତ ପୁଅକୁ ବିବାହ କରିଥିଲେ, ଝିଅ ଜନ୍ମ ପରେ ହେଲା ଖୁଲାସା appeared first on Odisha Reporter.



from Odisha Reporter https://ift.tt/2XUoMGk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages