ପରଦାରେ ନେତାଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

ପରଦାରେ ନେତାଜୀ

ତମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଏପରି କିଛି  ସ୍ଲୋଗାନ ଅଗଣିତ ବ୍ୟକ୍ତିଙ୍କ ମନରେ ଦେଶ ଭକ୍ତିର ଦୀପ ଜଳାଇଥିଲା । ୨୩ ଜାନୁଆରୀ ୧୮୯୭ରେ ଜନ୍ମ ହୋଇଥିବା ମହାନ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଏକ ଅସାଧାରଣ ବ୍ୟକ୍ତିତ୍ୱ । ସେ ଥିଲେ ସ୍ୱାଧୀନତା ଆନ୍ଦୋଳନର ଆଗଧାଡିର ନେତା।  ଅସୀମ ସାହସ, ପରାକାଷ୍ଠା ତଥା ମାତୃଭୂମିର ମୁକ୍ତି ଲାଗି ତାଙ୍କର ଆତ୍ମୋତ୍ସର୍ଗ ପ୍ରକୃତରେ ବୀରତ୍ୱର ପରିଚୟ ଦେଇଥାଏ। ପରାଦାରେ ନେତାଜୀଙ୍କ ବୀରତ୍ୱ ଏବଂ ତାଙ୍କ ସଂଗ୍ରାମକୁ ନେଇ ଅନେକ କାହାଣୀ ଦେଖିବାକୁ ମିଳିଛି। ବଲିଉଡରେ ନେତାଜୀଙ୍କୁ ନେଇ ତିଆରି ହୋଇସାରିଛି ବାୟୋପିକ। ତେବେ କେଉଁ କେଉଁ ଭାରତୀୟ ସିନେମାରେ ନେତାଜୀଙ୍କ କାହାଣୀ ଦେଖିବାକୁ ମିଳିଛି ଆସନ୍ତୁ ଜାଣିବା

ବୋଷ: ଦ ଫରଗଟନ୍‌ ହିରୋ: ନେତାଜୀଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଥିଲା ଏହି ଫିଲ୍ମ। ତାଙ୍କ ଜୀବନରେ ଘଟିଥିବା ମୁଖ୍ୟ ଘଟଣା ସଂଘର୍ଷ ଏବଂ ଭାରତ ସ୍ୱାଧୀନତା ପାଇଁ ସେ କରିଥିବା ଆନ୍ଦୋଳନକୁ ପରଦାକୁ  ଏହି ଫିଲ୍ମ ଜରିଆରେ ଦେଖିବାକୁ ମିଳଥିଲା । ଏଥିରେ ଅଭିନେତା ସଚିନ୍ ଖେଡକର ନେତାଜୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଅଭିନୟକୁ ସେ ଠିକ୍ ଭାବେ ପରିଚାଳନା କରିପାରିଥିଲେ। ଯାହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମ ଫରଗଟନ ହିରୋ ୨୦୦୫ ମସିହାରେ ରିଲିଜ୍ ହୋଇଥିଲା। ଏହାର ନିର୍ଦ୍ଦେଶନା ଶ୍ୟାମ ବେନେଗଲ କରିଥିଲେ। ଅନ୍ୟ ପ୍ରମୁଖ ଭୂମିକାରେ ସାଜିତ ଏବଂ ଦିବ୍ୟା ଦତ୍ତା ଥିଲେ।

ବୋଷ ଡେଡ୍‌ ଅର ଅଲାଇଭ: ପ୍ରଥମଥର ପାଇଁ ନେତାଜୀଙ୍କ ଜୀବନୀ ଉପରେ ତିଆରି ହୋଇଥିଲା ଏହି ୱେବସିରିଜ। ଏହାକୁ ଏକତା କପୁର ତିଆରି କରିଥିଲେ। ଏଥିରେ ଅଭିନେତା ରାଜକୁମାର ରାଓ ନେତାଜୀ ଭୂମିକାରେ ନଜର ଆସିଥିଲେ । ୨୦୧୭ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ୱେବ ସିରିଜରେ ବୋଷଙ୍କ ଡାଏଲଗ ଦର୍ଶକଙ୍କ ହୋଷ ଉଡାଇ ଦେଇଥିଲା। ଦର୍ଶକଙ୍କ ମଧ୍ୟରେ ଏହି ୱେବସିରିଜକୁ ନେଇ କ୍ରେଜ ମଧ୍ୟ ଦେଖିବାକୁ ମିଳିଥିଲା। ଏଥିରେ ମୁଖ୍ୟ ଭୂମିକାରେ ରାଜକୁମାରଙ୍କ ବ୍ୟତୀତ ନବୀନ କସ୍ତୁରିଆ, ଏଡୱାର୍ଡ ପ୍ରମୁଖ ଅଛନ୍ତି।

ଗୁମ୍‌ନାମୀ: ନେତାଜୀଙ୍କ ଜୟନ୍ତୀ ଅବସରରେ ୨୦୨୦ରେ ଆସିଥିଲା ୱେବସିରିଜ ‘ଗୁମନାମୀ’।  ଏହା ବେଙ୍ଗଲି ଫିଲ୍ମ ହୋଇଥିବାବେଳେ ଏହାକୁ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯାଇଥିଲା। ଶ୍ରୀଜିତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ୱେବସିରିଜରେ ଅଭିନେତା ପ୍ରସନ୍ନଜିତ ମୁଖାର୍ଜୀଙ୍କୁ ସୁବାଷ ଚନ୍ଦ୍ର ବୋଷ ଚରିତ୍ରରେ ଦେଖିବାକୁ ମିଳିଥିଲା।  ୨୦୦୫ରେ ମୁଖାର୍ଜୀ କମିଶନ ରିପୋର୍ଟରେ ଉପସ୍ଥାପିତ ହୋଇଥିବା ନେତାଜୀ ନିଖୋଜଙ୍କୁ ନେଇ ୩ଟି ସର୍ତ୍ତ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଥିଲା।

ଦ ଫରଗଟନ୍ ଆର୍ମି: ସେହିପରି ନେତାଜୀଙ୍କ କାହାଣୀକୁ ନେଇ ବର୍ଷ ୨୦୨୦ରେ ଆସିଥିଲା ଏହି ୱେବସିରିଜ। ନିର୍ଦ୍ଦେଶକ କବିବାର ଖାନଙ୍କ ନିର୍ଦ୍ଦେଶନାରେ ତିଆରି ଏହି ୱେବସିରିଜରେ ଅଭିନେତା ସନ୍ନି କୌଶାଲ ମୁଖ୍ୟ ଭୂମିକାରେ ଥିଳେ । ଆମାଜନ ପ୍ରାଇମ ଭିଡିଓରେ ଏହାକୁ ରିଲିଜ କରାଯାଇଥିଲା। ସୁବାଷଙ୍କ ‘ଚଲୋ ଦିଲ୍ଲୀ’ ଆନ୍ଦୋଳନକୁ ନେଇ ଏହି ୱେବସିରିଜଟି ଆଧାରିତ।

The post ପରଦାରେ ନେତାଜୀ appeared first on Odisha Reporter.



from Odisha Reporter https://ift.tt/2XShqTx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages