ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଦେଶର ତୃତୀୟ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ (ବିଜେଡି) ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ରାଜନୀତିକ ଚାନ୍ଦା ପାଇଛି। ପ୍ରଥମେ ଏଆଇଡିଏମକେ ରହିଥିବା ବେଳେ ଦ୍ୱିତୀୟରେ ଡିଏମକେ ରହିଛି। ଓଡ଼ିଶାରେ ବିଜେପି ଏବଂ କଂଗ୍ରେସ ଭଳି ଜାତୀୟ ରାଜନୀତିକ ଦଳ ରହିଥିଲେ ମଧ୍ୟ ବିଜେଡି ସର୍ବାଧିକ ରାଜନୀତିକ ଟଙ୍କା ପାଇଥିବା ସୂଚନା ରହିଛି। ଦୁଇ ଜାତୀୟ ଦଳ ଏନସିପି, ବିଏସପି ସମେତ ମୋଟ୍ ୧୦ଟି ଦଳ ଆଇଟି ରିଟର୍ଣ୍ଣ ଦାଖଲ କରିଛନ୍ତି।
୨୦୧୯-୨୦ର ଆଇଟି ରିଟର୍ଣ୍ଣ ଦାଖଲ କରିଛି। ଏହି ସମୟରେ ୨୮ କୋଟି ରାଜନୀତିକ ଚାନ୍ଦା ପାଇଥିବା କହିଛି। ୨୮ କୋଟି ମଧ୍ୟରୁ ଟାଟାର ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ (ପିଇଟି) ୮୬ ପ୍ରତିଶତ ଦେଇଥିବା ବେଳେ ଆଇଟିସି ଗ୍ରୁପ ୧୪ ପ୍ରତିଶତ ଚାନ୍ଦା ଦେଇଥିବା ଜଣାପଡ଼ିଛି। ୨୦୨୮-୧୯ ଆର୍ଥିକ ବର୍ଷରେ ବିଜେଡି ୨୯ କୋଟି ୩୧ ଲକ୍ଷ ଟଙ୍କା ଚାନ୍ଦା ପାଇଥିଲା। ଏହାବାଦ୍ ୨୦ ହଜାରରୁ କମ୍ ଚାନ୍ଦା ଦେଇଛନ୍ତି। ସେମାନଙ୍କ ତାଲିକା ଜଣାପଡିନି।
ଓଡ଼ିଶା ଟିଭି ଡଟ୍ ଇନରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ଏଆଇଡିଏମକେ ସର୍ବାଧିକ ୫୨ କୋଟି ଚାନ୍ଦା ପାଇଥିବା ବେଳେ ଡିଏମକେ ୪୮.୩୧ କୋଟି, ବିଜେଡି ୨୮.୨ କୋଟି, ଓ୍ୱାଇଏସଆର କଂଗ୍ରେସ ୮.୯ କୋଟି, ଜେଡିୟୁ ୬.୦୮ କୋଟି, ଶିରୋମଣୀ ଅକାଳୀ ଦଳ ୪.୧ କୋଟି, ତେଲଗୁ ଦେଶମ ପାର୍ଟି ୨.୬ କୋଟି, ଗୋଆ ଫରଓ୍ୱାର୍ଡ ପାର୍ଟି ୩୩ ଲକ୍ଷ ଟଙ୍କା।
The post ୨୦୧୯-୨୦ରେ ବିଜେଡି କେତେ ରାଜନୀତିକ ଚାନ୍ଦା ପାଇଛି? appeared first on Odisha Reporter.
from Odisha Reporter https://ift.tt/2JT6qls
No comments:
Post a Comment