ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭ୍ରମଣକାରୀ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଛନ୍ତି ରୋହିତ୍ ଶର୍ମା ଓ ଶୁବମାନ୍ ଗିଲ୍। ଷ୍ଟିଭ୍ ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ଚା’ପାନ ବିରତି ସୁଦ୍ଧା ଭାରତ ବିନା ୱିକେଟରେ ୨୬ ରନ୍ କରିଥିଲା।
ତୃତୀୟ ସେସନ୍ ଆରମ୍ଭରୁ ଭାରତର ଦୁଇ ଓପ୍ନର ରୋହିତ୍ ଓ ଗିଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଆହତ କାରଣରୁ ଦୀର୍ଘଦିନ ପରେ କମବ୍ୟାକ୍ କରିଥିବା ରୋହିତ୍ ନିଜ ଅଭିଜ୍ଞତାର ଫାଇଦା ଉଠାଇଛନ୍ତି। ସେ ଯୁବ ବ୍ୟାଟ୍ସମ୍ୟାନ୍ ଗିଲଙ୍କୁ ଭରପୂର ସହଯୋଗ କରିଛନ୍ତି। କିନ୍ତୁ ରୋହିତ୍ ମାତ୍ର ୨୬ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଛନ୍ତି। ଶେଷ ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧ ୱିକେଟରେ ୭୦ ରନ୍ କରିଛି। ଗିଲ୍ ୩୮ ରନରେ ବ୍ୟାଟିଂ କରୁଥିଲେ।
ସୂଚନାଯୋଗ୍ୟ, ଚଳିତ ସିରିଜରେ ଭାରତ ପାଇଁ ଓପନିଂ ମୁଖ୍ୟ ସମସ୍ୟା ଥିଲା। ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି। କିନ୍ତୁ ଗିଲ୍ ୨ୟ ଟେଷ୍ଟରେ ଭଲ ବ୍ୟାଟିଂ କରି ନିଜକୁ ପ୍ରମାଣିତ କରିଛନ୍ତି। ସିରିଜରେ ପ୍ରଥମଥର ଲାଗି ଭାରତର ଓପନିଂ ଯୋଡ଼ି ୫୦ରୁ ଊର୍ଦ୍ଧ୍ୱ ସଂଗ୍ରହ କରିଛନ୍ତି।
The post ଜବରଦସ୍ତ ଷ୍ଟାର୍ଟ ଦେଲେ ରୋହିତ୍ ଓ ଶୁବମାନ୍ appeared first on Odisha Reporter.
from Odisha Reporter https://ift.tt/35npWy5
No comments:
Post a Comment